
ଭୁବନେଶ୍ୱର– ସରକାରୀ ଚାକିରୀ କରାଇ ଦେବାକୁ କହି ଠକେଇ ଘଟଣାରେ ମୈତ୍ରୀ ବିହାର ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଅନିଲ କୁମାର ଦାସ। ତାଙ୍କ ନାଁରେ ମୈତ୍ରୀ ବିହାର ଥାନାରେ ୫ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଥିବା ବେଳେ ମେଂଚଶ୍ୱର ଥାନାରେ ଦେଢ଼ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି । କମିସନରେଟ ପୋଲିସର ମେଂଚଶ୍ୱର ଏବଂ ମୈତ୍ରୀ ବିହାର ଥାନାରେ ଅନିଲଙ୍କ ନାଁରେ ଠକେଇ ଅଭିଯୋଗ ରହିଛି ।ଭୁବନେଶ୍ୱର ଡିସିପି ଜଗମୋହନ ମିନା ଏହି ସୂଚନା ଦେଇଛନ୍ତି।