
ଭୁବନେଶ୍ୱର– ଅଧିକ ସୁଧ ଲୋଭରେ ୧୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ସାଇବର ଠକକୁ ଗିରଫ କଲା ସାଇବର ଥାନା ପୋଲିସ। ଅଭିଯୁକ୍ତ ପ୍ରମୋଦ କୁମାର ମହାନ୍ତିଙ୍କୁ ଗିରଫ କରିଛି ପୋଲିସ ।ଭୁବନେଶ୍ୱର ଡିସିପି ଜଗମୋହନ ମିନା ଘଟଣାରେ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ମିଲନ କୁମାର ବେହୁରା ୧୨ଲକ୍ଷ ଟଙ୍କା ଠକେଇ ନେଇ ଠକେଇ ନେଇ ଅଭିଯୋଗ କରିଥିଲେ । ମାସକୁ ୭ ପ୍ରତିଶତ ଅଧିକ ସୁଧ ଦେବାକୁ କହି ଠକେଇ କରିଥିଲେ । ତାଙ୍କ ନିକଟରୁ ପୋଲିସ ୩ଟି ମୋବାଇଲ, ଚେକ ବୁକ, ଡେବିଟ କାର୍ଡ, ପ୍ୟାନକାର୍ଡ଼, ରବର ଷ୍ଟାମ୍ପ ଜବତ କରିଛି। ବୈଷ୍ଣବୀ ଏଂଟର ପ୍ରାଇଜେସ ନାଁରେ ଫେକ୍ କମ୍ପାନୀ କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଠକେଇ ଟଙ୍କାକୁ ଏହି ଫେକ କମ୍ପାନୀ ନାଁରେ ଟଙ୍କା ନେଇଥିବା ତଦନ୍ତ ରୁ ଜାଣିବାକୁ ପାଇଛି ପୋଲିସ । ଅଭିଯୁକ୍ତଙ୍କର ଦୁଇଟି ଆକାଉଂଟ ରୁ ୮ଲକ୍ଷ ୩୯ହଜାର ୯୦୦ଟଙ୍କା ଫ୍ରିଜ କରିଛି ପୋଲିସ ।ଏହି ଘଟଣାରେ ଆହୁରି ଅନେକ ଅଭିଯୁକ୍ତ ଅଛନ୍ତି ସେମାନଙ୍କୁ ଧରିବାକୁ ସାଇବର ଥାନା ତଦନ୍ତ ଜାରି ରଖିଛି ।