ଜୟପାଟଣା- ଗତ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ଅବସରରେ ସମ୍ବାଦ ଆମ ଓଡ଼ିଶା ଆନୁକୁଲ୍ୟରେ ଜୟପାଟଣା କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଶିବିରରେ ରକ୍ତଦାନ କରିଥିବା ନୂତନ ପେନସନ୍ ଭୋଗି ପ୍ରାଥମିକ ଶିକ୍ଷକ ସଂଘ ଜୟପାଟଣାର ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିବା ଶିକ୍ଷକମାନଙ୍କୁ ସଂଘ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି ।
ସଭାପତି ଲଲିତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଂଗଠନିକ ସଭାରେ ବିଗତ ଦିନରେ ଆୟୋଜିତ ସଡ଼କ ସୁରକ୍ଷା ଓ ରକ୍ତ ଦାନ ରେ ସାମିଲ ହୋଇ ସାମାଜିକ କର୍ତବ୍ୟ ସଂପାଦନ କରିଥିବାରୁ ସଂଘର ସମସ୍ତ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ସମ୍ବର୍ଦ୍ଧନା ସଭାରେ ସାଂଗଠନିକ ଦକ୍ଷତା ଦୃୀକରଣ, ଶିକ୍ଷକମାନଙ୍କର ଏମ୍.ଏ.ସି.ପି., ଇ.ପି.ଏଫ୍. ଓ.ପି.ଏସ୍. ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏତଦ୍ୱ୍ୟତୀତ ଗ୍ରେଡ଼୍ ପେ ଓ କ୍ୟାଡ଼ର ଭୁକ୍ତକୁ ନେଇ ଅହେତୁକ ବିଳମ୍ବ ହେତୁ ସଭାରେ ଉଦବେଗ ପ୍ରକାଶ କରାଯାଇଥିଲା । ଏହି ସଭାରେ ୨୫୦ ରୁ ଅଧିକ ଶିକ୍ଷକ ଥିବା ବେଳେ ସଂପାଦକ ରମାକାନ୍ତ ମାଝୀ, ଉପ ସଭାପତି ଅନନ୍ତ ନାରାୟଣ ପଣ୍ଡା, କାର୍ଯ୍ୟକାରୀ ସଭାପତି ସିଦ୍ଧାର୍ଥ ମିଶ୍ର, କ୍ଷମାସାଗର ରାଉତ, ସହ ସଂପାଦକ ତ୍ରିନାଥ ନାଏକ, ନବ କିଶୋର ନାଏକ, ଦିବାକର ପଟ୍ଟନାୟକ, ପ୍ରମୋଦ ପଟ୍ଟନାୟକ, ଅଶୋକ ମୁଣ୍ଡ, ସଞ୍ଜୟ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।