
ଭୁବନେଶ୍ୱର– ପ୍ରଦୂଷଣ ରୋକିବାକୁ ନୂଆ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର।
ଏଣିକି ପୁରୁଣା ସରକାରୀ ବସ୍ କୁ ଇଭିରେ ପରିବର୍ତନ କରାଯିବ। ବସ୍ ସହ ବିଭିନ୍ନ ବିଭାଗର ସରକାରୀ ଗାଡ଼ି ପର୍ଯ୍ୟାୟ କ୍ରମେ ଇଭି ହେବ। ଏଥିପାଇଁ ଜର୍ମାନ କମ୍ପାନି ସହ ଆଲୋଚନା ଚାଲିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।