
ହରିଚନ୍ଦନପୁର, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଠାରେ ଶୁକ୍ରବାର ସକାଳ ୮.୩୦ ମିନିଟ ସମୟରେ ମଣ୍ଡଳ ସଭାପତି ମନୋଜ ମହାନ୍ତଙ୍କ ନେତୃତ୍ୱରେ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ସୂଚନା ଅନୁଯାୟୀ ଅବସରରେ ତିନି ବାହିନୀର ବୀର ଯବାନଙ୍କୁ ସମ୍ମାନ ଜଣାଇ ତ୍ରିରଙ୍ଗା ଏହି ପତାକା ଯାତ୍ରା କରାଯାଇଛି । ‘ଅପରେସନ୍ ସିନ୍ଦୂର’ର ସଫଳତା ପରେ ଏହାର ବୀର ଗାଥା ଜଣାଇବାକୁ ଯାଇ ଆଜି ବ୍ଲକ ସ୍ତରୀୟ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଯାଇଇଛି । ଏହି ଅବସରରେ ତିନି ବାହିନୀର ବୀର ଯବାନଙ୍କୁ ସମ୍ମାନ ଜଣାଇ ତ୍ରିରଙ୍ଗା ପତାକାକୁ ଧରି ବାଇକ ଯୋଗେ ମନୋହରପୁର ଠାରୁ କଲେଜ ଛକ ଓ ସେଠାରୁ ପଦଯାତ୍ରା ଯୋଗେ ହଜାର ହଜାର ଜନସାଧାରଣ ହରିଚନ୍ଦନପୁର ବଜାର ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲିଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ପ୍ରତିନିଧି ଅଶୋକ ବେହେରା, ରେଳବାଇ ବିଭାଗର ପ୍ରତିନିଧି ତଥା ହରିଚନ୍ଦନପୁର ମଣ୍ଡଳ ସଭାପତି ମନୋଜ କୁମାର ମହାନ୍ତଙ୍କ ନେତୃତ୍ବ, ବିଧାୟକ ଆଇଟିଡିଏ ପ୍ରତିନିଧି ଅନନ୍ତ ଚରଣ ସାହୁ ଓ ବିଜେପିର ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି, କର୍ମୀ, ସମର୍ଥକ ଓ ସାଧାରଣ ଜନତା ନାରୀଶକ୍ତି ଯୋଗ ଦେଇଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ସରକାରୀ ବିଭାଗର କର୍ମଚାରୀ , ବିଦ୍ୟାଳୟର ଛାତ୍ରଛାତ୍ରୀ, ପୋଲିସ ବାହିନୀ, ଅବସରପ୍ରାପ୍ତ ସେନା କର୍ମଚାରୀ, ଲୋକ ପ୍ରତିନିଧିଙ୍କ ସମେତ ହଜାର ହଜାର ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥିଲେ । ବନ୍ଦେ ମାତରମ୍, ଭାରତ ମାତାକି ଜୟ, ଜୟ ଯବାନ ଜୟ କିଶାନ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ଅଞ୍ଚଳ । ‘ଅପରେସନ୍ ସିନ୍ଦୂର’ର ସଫଳତା ପରେ ଆଜିର ଏହି ତ୍ରିରଙ୍ଗା ଶୋଭାଯାତ୍ରା ଆତଙ୍କବାଦ ବିରୋଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବା ସହ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ଭାରତୀୟ ତ୍ରିରଙ୍ଗା ତଳେ, ଯେତେବେଳେ ଏକଜୁଟ୍ ହେବେ ସେତେବେଳେ କୌଣସି ଶକ୍ତି ଆମ ବିରୋଧରେ ସଫଳ ହେବେ ନାହିଁ ବୋଲି ମତ ପ୍ରକାଶ ପାଇଥିଲା । ଏଥିସହ ତିନି ସେନାକୁ ସେମାନଙ୍କ ପରାକ୍ରମ ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏଥିସହ ଏହି କାର୍ଯ୍ୟକ୍ରମରେ ତିନ ମଣ୍ଡଳର ସଭାପତି, ପ୍ରତ୍ୟେକ ପଞ୍ଚାୟତ ପ୍ରତିନିଧି ଓ ସମସ୍ତ ବୁଥ୍ ସଭାପତି ଉପସ୍ଥିତ ସହ ହଜାର ହଜାର ସମର୍ଥକ ଉପସ୍ଥିତ ରହି ବୀର ଜବାନମାନଙ୍କ ଏହି ଲଢେଇକୁ ସ୍ବାଗତ ଜଣାଇଥିଲେ