ଗତ ଜାନୁଆରୀ ୩୦ ତାରିଖ ଗୁରୁବାର ସରସ୍ୱତୀ ପୂଜା ପାଇଁ ବ୍ୟାଙ୍କ ଛୁଟି ଥିବା ବେଳେ ୩୧ ତାରିଖ ଶୁକ୍ରବାର ଓ ଫେବୃଆରୀ ୧ ତାରିଖ ଶନିବାର ବ୍ୟାଙ୍କ ଧର୍ମଘଟ ଏବଂ ରବିବାରକୁ ମିଶାଇ ସମୁଦାୟ ୪ ଦିନ ବ୍ୟାଙ୍କ ବନ୍ଦ ରହିଥିଲା । ୨୯ ତାରିଖ ବୁଧବାର ବ୍ୟାଙ୍କ ତରଫରୁ ଯେତିକି ପଇସା ଏଟିଏମରେ ରଖାଯାଇଥିଲା ତାହା ୩୦ ତାରିଖ ସରସ୍ୱତୀ ପୂଜା ଦିନ ଶେଷ ହୋଇଯାଇଥିଲା । ସୋମବାର ଓ ମଙ୍ଗଳବାର ଯଦିଓ ବ୍ୟାଙ୍କ ଖୋଲାଥିଲା ତଥାପି କୌଣସି ଏଟିଏମ ସଚଳ ହୋଇନଥିଲା । ଉପରୋକ୍ତ ସମସ୍ତ ବ୍ୟାଙ୍କର ଏଟିଏମ ଏକାବେଳକେ ଆଉଟ ଅଫ ସର୍ଭିସ (ଅଚଳ) ହୋଇପଡିଥିଲା । ଫଳରେ ଗ୍ରାହକ ଙ୍କ ରୋଷ ବଢିଥିଲା । ଏ ସଂପର୍କରେ କୌଣସି ବ୍ୟାଙ୍କ କର୍ତୃପକ୍ଷ ସନ୍ତୋଷ ଜନକ ଉତର ଦେଇପାରିନଥିଲେ । ଲଗାତର ସପ୍ତାହେ ହେଲା ଏଟିଏମ ଅଚଳ ହୋଇ ରହିଛି । ବିବାହର ସିଜିନ ପାଇଁ କିଣାକିଣି କରିବାକୁ ଦୂରଦୂରାନ୍ତରୁ ଆସିଥିବା ଲୋକମାନେ ବିଶେଷ ଭାବେ ହଇରାଣ ହରକତ ହୋଇଥିଲେ । ତେବେ କେଉଁ କାରଣରୁ ଏକାବେଳକେ ସବୁ ଏଟିଏମ ଅଚଳ ହେଲା ତାହା ବୁଝା ପଡୁନାହିଁ । ବିଭାଗୀୟ ଉଚ୍ଚ କତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଜନସାଧାରଣରେ ଦୃଢ ଦାବି ହୋଇଛି ।