
ଭୁବନେଶ୍ୱର– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଇସିଙ୍ଗା ଠାରେ ଜାତୀୟ ରାଜପଥ – ୫୩ ନମ୍ବରର କାମାକ୍ଷାନଗର ବାଇପାସରୁ ଡୁବୁରି ସେକ୍ସନର ଏକ ଓଭର ବ୍ରିଜର ଲୋକାର୍ପଣ କରିଛନ୍ତି । ପ୍ରାୟ ୧୦ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଓଭର ବ୍ରିଜ୍ ଦ୍ୱାରା ସ୍ଥାନୀୟ ଅଂଚଳର ଜନସାଧାରଣମାନେ ବିଶେଷ ଭାବରେ ଉପକୃତ ହେବେ ।
ଏହି ପଦକ୍ଷେପ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କାମାକ୍ଷାନଗର ସବଡିଭିଜନକୁ ଏକ ଶିଳ୍ପାଂଚଳରେ ପରିଣତ କରିବା ସହ ଢେଙ୍କାନାଳ ଜିଲ୍ଲାର ସର୍ବାଙ୍ଗୀନ ବିକାଶ କରିବା ପାଇଁ ଆମେ ସାମୂହିକ ଦାୟିତ୍ୱ ନେବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।