
ୱାଶିଂଟନ – ଆମେରିକାର ରାଜଧାନୀ ୱାଶିଂଟନ୍ର କ୍ୟାପିଟଲ୍ ଇହୁଦି ସଂଗ୍ରହାଳୟ ନିକଟରେ ଗୁଳିକାଣ୍ଡ ପରେ ଆତଙ୍କ ଖେଳିଯାଇଛି । ଏହି ଗୁଳି ଇସ୍ରାଏଲ୍ ଦୂତାବାସର କର୍ମଚାରୀଙ୍କ ଦେହରେ ବାଜିଛି । ଏହି ଗୁଳିଚାଳନାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ଓ ଗୋଟିଏ ବ୍ୟକ୍ତି ଆହତ ହୋଇଛନ୍ତି । ବୁଧବାର ରାତିରେ ଏହି ଘଟଣା ଏଫ୍ବିଆଇର୍ ୱାଶିଂଟନ୍ ଫିଲ୍ଡ୍ ଅଫିସ୍ ସାମ୍ନାରେ ଥିବା ରାସ୍ତାରେ ଘଟିଥିଲା। ଦୂତାବାସର ପ୍ରବକ୍ତା ସ୍ପଷ୍ଟ କରିଛନ୍ତି ଯେ ରାଷ୍ଟ୍ରଦୂତ ସୁରକ୍ଷିତ ଅଛନ୍ତି ଓ ଗୁଳିଚାଳନା ସମୟରେ ସେ ସେଠାରେ ଉପସ୍ଥିତ ଥିଲେ ନାହିଁ।
ସିଏନ୍ଏନ୍ ଚ୍ୟାନେଲ୍ର ଖବର ଅନୁସାରେ, ଯେଉଁ ବ୍ୟକ୍ତି ଗୁଳିରେ ପୀଡିତ ହୋଇଛନ୍ତି ସେ ଇସ୍ରାଏଲ୍ର ଦୂତାବାସର କର୍ମଚାରୀ ଥିବା ବୋଲି ଅନୁମାନ କରାଯାଉଛି। ସେମାନଙ୍କୁ କ୍ୟାପିଟଲ୍ ଇହୁଦି ସଂଗ୍ରହାଳୟ ନିକଟରେ ଗୁଳି ମାରାଯାଇଥିଲା। ସୂତ୍ରରୁ ଜଣାପଡିଛି ଯେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ସେମାନଙ୍କ ମଧ୍ୟରୁ ଗୋଟିଏ ବ୍ୟକ୍ତି ଦୂତାବାସ ସହ ଜଡିତ ଥିବା ସନ୍ଦେହ କରାଯାଉଛି ।