ସେମାନେ ଅଭିଯୋଗ କରିଛନ୍ତି ଯେ ଏହାଦ୍ୱାରା ସେହି ଅଚଂଳରେ ବ୍ୟାପକ ଭାବେ ନିଶାଦ୍ରବ୍ୟ ସେବନ ଦ୍ୱାରା ସେହି କେନାଲ ରାସ୍ତାର ଉଭୟ ପାଶ୍ୱର୍ରେ ଗାଡି,ମଟର,ବାଇକ ପ୍ରଭୃତି ରଖାଯାଇ ସଂକୀର୍ଣ୍ଣ ରାସ୍ତାଟି ଅବରୋଧ ହେବା,ଦୈନିକ ଶହ ଶହ ମଦୁଆ ମଦ୍ୟପାନ କରି ସେହି ରାସ୍ତାରେ ଯାଉଥିବା ଯାତ୍ରୀମାନଙ୍କୁ ଚଳପ୍ରଚଳରେ ଗୁରୁତର ବାଧା ଉପୁଜାଉଛନ୍ତି । ମଦ୍ୟପମାନେ ସେ ଅଚଂଳରେ ଆତଙ୍କ ଜାରି ରଖିଥିବାରୁ ସେହି ରାସ୍ତାଦେଇ ଗ୍ରାମାଚଂଳର ଲୋକ, ଝିଅ, ବୋହୁ, ଛାତ୍ରଛାତ୍ରୀ ଭୟରେ ଯିବାଆସିବା କରିବାକୁ ବନ୍ଦ କରିଦେଲେଣି । ମଦ ଦୋକାନ ଯୋଗୁଁ ଲୋକମାନଙ୍କ ମାନସମ୍ମାନ, ସୁରକ୍ଷା ଓ ବଂଚିବାର ଅଧିକାର ଭାରତୀୟ ସମ୍ବିଧାନର ଧାରା ୧୯ ଧ୍ୱଂସ ପାଇବାକୁ ବସିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ତେଣୁ ଜନସାଧାରଣଙ୍କ ସାମ୍ବିଧାନିକ ସ୍ୱାର୍ଥ ରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରି ସେଠାରୁ ମଦ ଦୋକାନଟି ଉଛେଦ କରିବାକୁ ଉପରୋକ୍ତ ଗ୍ରାମପଂଚାୟତ ଗୁଡିକ ପକ୍ଷରୁ ସନ୍ତୋଷ କୁମାର ବେହେରା, କଂସାର ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା, ଓସ୍ତପୁର ସରପଂଚ ସନାତନ ବାରିକ, ପୁରୁଷୋତମପୁର ସରପଂଚ ରମେଶ ଚନ୍ଦ୍ର ସାହାଣୀ, ବାନାମ୍ବର ବେହେରା, ଭରତ ଚନ୍ଦ୍ର ବେହେରା, ଆଦିକନ୍ଦ ବେହେରାଙ୍କ ସମେତ ଶତାଧିକ ପଂଚାୟତବାସୀ ଜିଲ୍ଲାପାଳଙ୍କୁ ଭେଟି ଦାବି କରିଥିଲେ ।