
ଗଂଜାମ– ଗଞ୍ଜାମର ସୋରଡ଼ା ନିକଟରେ ପିପଳପଙ୍କା ଡେମ୍ ନିର୍ମାଣ କରି ସରକାର ଋଷିକୂଲ୍ୟା ନଦୀକୁ ମାରି, ଲୋକଙ୍କ ହକ ପାଣିକୁ ଟାଟା ଏବଂ ଅଦାନୀକୁ ବିକ୍ରି କରିବା ପାଇଁ ଯେଉଁ ଯୋଜନା କରୁଛନ୍ତି, ତାରି ବିରୁଦ୍ଧରେ ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ତରଫରୁ “ଋଷିକୂଲ୍ୟା ଜଳ ସୁରକ୍ଷା ପଦଯାତ୍ରା”ର ପ୍ରଥମ ଦିନରେ ବ୍ରହ୍ମପୁରରେ ୧୦ କି.ମି. ପଦଯାତ୍ରା କରି ଲୋକଙ୍କୁ ସଚେତନ କରି ଡେମ୍ ନିର୍ମାଣ ବନ୍ଦ କରିବା ପାଇଁ ପ୍ରତିବାଦ କରାଯାଇଛି l
କାର୍ଯ୍ୟକ୍ରମରେ ପରିବେଶବିତ୍ତ ପ୍ରଫୁଲ୍ଲ ସାମନ୍ତରା, ସାମାଜିକ କାର୍ଯ୍ୟକର୍ତ୍ତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ଆପ୍ ନେତା ତଥା ସାମାଜିକ କର୍ମୀ ଆଦିତ୍ୟ ନାରାୟଣ ରଥ, ସୁବାଷ ରାଉତ, ଶିକ୍ଷାବିତ୍ତ ସୁଧୀର ରାଉତ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଅଶୋକ ଦଳାଇ, ରମେଶ ବେହେରା,ଲକ୍ଷ୍ମୀନୃସିଂହ ରଥ, ପ୍ରତାପ ପ୍ରଧାନ, ବିଧୁସ୍ମିତା ରଥ, କିଶୋର ପାତ୍ର,ବୃନ୍ଦାବନ ଖଟେଇ,ସୁବାଷ ମିଶ୍ର,ଜାମୁଲା ସୁରେଶ, ନନ୍ଦଶୁ ସେନାପତି, ଅଳକା ମିଶ୍ର, କବିରାଜ ସାହୁ, ସଂଜୀବ ରେଡ୍ଡୀ,ଚାଷୀ ନେତା ସିମାଞ୍ଚଳ ନାୟକ ଏବଂ ଅନେକ ସ୍ଥାନୀୟ ଆଦିବାସୀ ଓ ସାମାଜିକ କର୍ମୀ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ l