
ଭୁବନେଶ୍ୱର– ଫୋର୍ବସ୍ ଏସିଆ ୩୦ ଅଣ୍ଡର ୩୦ ତାଲିକାରେ ସ୍ଥାନ ପାଇଥିବା ଯୁବକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ୨୦୨୫ ପାଇଁ ଫୋର୍ବସ୍ ଏସିଆ ୩୦ ଅଣ୍ଡର ୩୦ ତାଲିକାରେ ସ୍ଥାନ ପାଇଥିବା ଆଇଜି ଡ୍ରୋନସ୍ ର ସହ ପ୍ରତିଷ୍ଠାତା ବୋଧିସତ୍ୱ ସଂଘପ୍ରିୟ ଓ ଓମ୍ ପ୍ରକାଶ, ୟଙ୍ଗ ଥିଙ୍କର ଫାଉଣ୍ଡେସନ୍ ର ସହ-ପ୍ରତିଷ୍ଠାତା ଅନିଲ ପ୍ରଧାନ ଓ ବୈଶାଳୀ ଶର୍ମା ଏବଂ ସ୍ପେସ୍ ଫିଲ୍ଡସ୍ ର ପ୍ରତିଷ୍ଠାତା ଅପୂର୍ବ ମାସୁକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
ଆପଣମାନଙ୍କ ଅବିଶ୍ରାନ୍ତ ପରିଶ୍ରମ, ନବୋନ୍ମେଷୀ ଚିନ୍ତାଧାରା ଓ ଦୂରଦୃଷ୍ଟି ଓଡ଼ିଶାକୁ ବୈଶ୍ୱିକ ସ୍ତରରେ ଗୌରବାନ୍ୱିତ କରିଛି। ଆପଣମାନଙ୍କ ଉଦାହରଣୀୟ ସଫଳତା ଆମ ଯୁବପିଢ଼ିଙ୍କୁ ମହତ୍ୱାକାଂକ୍ଷୀ ହେବାକୁ ଓ ନୂଆ ମାର୍ଗ ଅନୁସରଣ କରିବାକୁ ପ୍ରେରଣା ଯୋଗାଇବ। ଆପଣମାନଙ୍କ ଏହି ଅସାମାନ୍ୟ ଉପଲବ୍ଧି ଭବିଷ୍ୟତ ପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହେଉ। ଆପଣମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଏବଂ ଉଚ୍ଚାଙ୍ଗ ଅଭିବୃଦ୍ଧି କାମନା କରୁଛି।