
ଭୁବନେଶ୍ୱର– ରେଙ୍ଗାଲି ଡ୍ୟାମରେ ଡ଼ଙ୍ଗା ବୁଡ଼ି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି।
ସୋସିଆଲ ସାଇଟ୍ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ତଲେଇସର ନିକଟ ରେଙ୍ଗାଲି ଡ୍ୟାମରେ ଡ଼ଙ୍ଗା ବୁଡ଼ି ଏକ ପରିବାରର ତିନି ଜଣ ସଦସ୍ୟଙ୍କ ପ୍ରାଣହାନି ଖବର ମୋତେ ବ୍ୟଥିତ କରିଛି। ଏହି ଦୁଃଖଦ ଘଟଣାରେ ଶୋକାକୁଳ ପରିବାରକୁ ମୁଁ ମୋର ହୃଦୟଗତ ସମବେଦନା ଜଣାଉଛି।