
ନୂଆଦିଲ୍ଲୀ,ଭାରତର 11ତମ ରାଷ୍ଟ୍ରପତି ଡା.ଏ.ପି.ଜେ ଅବ୍ଦୁଲ କଲାମଙ୍କୁ ସାରାଦେଶରେ ମିସାଇଲ ମ୍ୟାନଙ୍କ ନାମରେ ଜଣାଶୁଣା।ସେ ଜଣେ ପ୍ରତିଷ୍ଠିତ ଅନ୍ତରୀକ୍ଷ ବୈଜ୍ଞାନିକ ଥିଲେ ଏବଂ ସାଧାରଣ ଲୋକଙ୍କ ସହିତ ପିଲାମାନଙ୍କ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ ଥିଲେ।ତାଙ୍କର ପ୍ରେରଣାଦାୟକ ଜୀବନଯାତ୍ରା ଅନେକ ଯୁବକଙ୍କୁ ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖାଇଥିଲେ।ଏବେ ତାଙ୍କ ଜୀବନ ବଡ ପରଦାରେ ପ୍ରଦର୍ଶିତ ହେବ।ନିର୍ଦ୍ଦେଶକ ଓମ ରାଉତ ତାଙ୍କ ଜୀବନ ଆଧାରିତ ଚଳଚ୍ଚିତ୍ର କଲାମ ଆଣୁଛନ୍ତି।ଏହି ଚଳଚ୍ଚିତ୍ରରେ ଦକ୍ଷିଣ ଭାରତୀୟ ସିନେମାର ଜଣେ ପ୍ରସିଦ୍ଧ ଅଭିନେତା ଡା.କଲାମଙ୍କ ଭୁମିକାରେ ନଜର ଆସିବେ।ନିର୍ଦ୍ଦେଶକ ଓମ ରାଉତଙ୍କ ଶେଷ ଫିଲ୍ମ ଆଦିପୁରୁଷ ଗୋଟିଏପଟେ ଏହା ବିପୁଳ ଲାଭ ଅର୍ଜନ କରୁଥିବାବେଳେ ଅନ୍ୟପଟେ ଏହାକୁ କଠୋର ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା।ଏବେ ଓମ ରାଉତ ପୁଣିଥରେ ଚର୍ଚ୍ଚାରେ,ଏଥର ଡା.ଏ.ପି.ଜେ ଅବ୍ଦୁଲ କଲାମଙ୍କ ଜୀବନୀ ସମ୍ପର୍କରେ।ନିକଟରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବା ସମୟରେ ସେ ଏହି ଫିଲ୍ମର ଆନୁଷ୍ଠାନିକ ଘୋଷଣା କରିଥିଲେ।ସେ ସେଠାରେ ଫିଲ୍ମ କଲାମର ଟାଇଟଲ ପୋଷ୍ଟର ମଧ୍ୟ ସେୟର କରି ସ୍ପଷ୍ଟ କରିଥିଲେ ଯେ ଏହା ତାଙ୍କର ପରବର୍ତ୍ତୀ ମହତ୍ତ୍ୱାକାଂକ୍ଷୀ ପ୍ରୋଜେକ୍ଟ।ଏହି ବାୟୋପିକରେ ସାଉଥ ଭାରତୀୟ ସୁପରଷ୍ଟାର ଧନୁଷ ମୁଖ୍ୟ ଭୁମିକାରେ ଅଭିନୟ କରୁଥିବାର ଦେଖାଯିବ।ଫିଲ୍ମର ନିର୍ମାଣ ଭୁଷଣ କୁମାର,ଅଭିଷେକ ଅଗ୍ରୱାଲ ଏବଂ ଅନିଲ ସୁଙ୍କାରା ମିଳିତ ଗ୍ରହଣ କରିବେ।ଏହି ପ୍ରଜେକ୍ଟ ଭାରତୀୟ ସିନେମା ପାଇଁ ଆଉ ଏକ ପ୍ରେରଣାଦାୟକ ମାଇଲଖୁଣ୍ଟ ପ୍ରମାଣିତ ହୋଇପାରେ।