
ଭୁବନେଶ୍ୱର– ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ସୁଧାକର ବୁର୍ଗିଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(ଓଏସଏସସି)ର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି।ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁଧାକର ବୁର୍ଗି ବର୍ତମାନ ଓଏସଏସସିର ସଦସ୍ୟ ଅଛନ୍ତି। ପୂର୍ବତନ ଓଏସଏସସି ଅଧ୍ୟକ୍ଷ ତଥା ପୂର୍ବତନ ଡିଜିପି ଅଭୟଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ଥିଲା। ଅଭୟ ଗତ ୧୯ ତାରିଖରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ।
ଅଭୟଙ୍କ ଇସ୍ତଫା ପତ୍ରକୁ ଭଲ ଭାବରେ ବିଚାର କରିବା ପରେ, ସରକାର ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ତାଙ୍କ ଇସ୍ତଫାପତ୍ରକୁ ତୁରନ୍ତ ଗ୍ରହଣ କରିଥିବା ନେଇ ରାଜ୍ୟ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି।
ବିଜ୍ଞପ୍ତିରେ ଆହୁରି କୁହାଯାଇଛି, ଅବସରପ୍ରାପ୍ତ ଆଇଏଏସ ସୁଧାକର ବୁର୍ଗିଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନର ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତାଙ୍କ ନିଜସ୍ୱ ଦାୟିତ୍ୱ ସହିତ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରାଯାଉଛି।