
-
୧୦୦ରୁ ଅଧିକ ଆବଶ୍ୟକ ପରୀକ୍ଷା ସହିତ ତ୍ଵରିତ ରିପୋର୍ଟର ବ୍ୟବସ୍ଥା
ଭୁବନେଶ୍ୱର, ଆଜି ନିମାପଡା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ କରକମଳରେ ଏକ ଅତ୍ୟାଧୁନିକ ଡିଜିଟାଲ ହେଲଥ୍ କିଓସ୍କ – ସ୍ଵୟମ ହେଲଥ୍ ଏଟିଏମ ଉଦଘାଟନ କରାଯାଇଛି । ଏହି ଏଟିଏମ ସ୍ୱୟମ ଘରୋଇ ଅନୁଷ୍ଠାନ ଦ୍ୱାରା ସ୍ଥାପନ କରାଯାଇଛି। ଏହି ହେଲଥ ଏଟିଏମ ମାଧ୍ୟମରେ ଉପାନ୍ତ ଅଞ୍ଚଳର ଅଧିବାସୀମାନେ ତ୍ଵରିତ, ଶସ୍ତା ଓ ସଠିକ ନିଦାନ(diagnostic) ସେବା ପାଇପାରିବେ । ଏହି ହେଲଥ ଏଟିଏମ ରାଜ୍ୟ ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଜାଗରଣ ସୃଷ୍ଟି କରିବ ବୋଲି ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଏହି ହେଲଥ ଏଟିଏମ ମାଧ୍ୟମରେ ୧୦୦ରୁ ଅଧିକ ଆବଶ୍ୟକ ସ୍ୱାସ୍ଥ୍ୟସେବା ଜଡ଼ିତ ପରୀକ୍ଷା ସହିତ ତ୍ଵରିତ ରିପୋର୍ଟ ମିଳିପାରିବ।