ନୂଆଦିଲ୍ଲୀ – କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ରାମ ଜନ୍ମସ୍ଥଳୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଗଠନର ନିଷ୍ପତିକୁ ଐତିହାସିକ ବୋଲି କହିବା ସହ ଆଜିର ଦିନକୁ ସମଗ୍ର ଭାରତ ବର୍ଷ ପାଇଁ ଅତ୍ୟନ୍ତ ଖୁସି ଓ ଗୌରବର ଦିନ ବୋଲ୍ି କହିଛନ୍ତି । ସେ କହିଛନ୍ତି ଯେ ଏହି ଟ୍ରଷ୍ଟରେ ୧୫ ଜଣ ସଦସ୍ୟ ରହିବେ ଓ ଟ୍ରଷ୍ଟି ମାନଙ୍କ ମଧ୍ୟରୁ ଜଣେ ସବୁବେଳେ ଦଳିତ ସମାଜର ରହିବେ ।ଶ୍ରୀ ଶାହ ଟ୍ୱିଟ କରି କହିଛନ୍ତି ଯେ ଶ୍ରୀରାମ ଜନ୍ମ ସ୍ଥଳୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମନ୍ଦିର ସମ୍ପର୍କିତ ସମସ୍ତ ନିଷ୍ପତି ନେବା ପାଇଁ ସଂପୂର୍ଣ ଭାବେ ସ୍ୱାଧୀନ ରହିବ ଓ ୬୭ ଏକର ଭୂମି ଟ୍ରଷ୍ଟକୁ ହସ୍ତାନ୍ତରିତ କରା ଯିବ ।
ଶ୍ରୀ ଶାହ କହିଛନ୍ତି କୋଟି କୋଟି ଲୋକଙ୍କର ଶହ ଶହ ବର୍ଷ ଧରି ଥିବା ପ୍ରତୀକ୍ଷାର ଶୀଘ୍ର ଅନ୍ତ ଘଟିବ ତଥା ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଠାରେ ଭକ୍ତ ମାନେ ଭବ୍ୟ ମନ୍ଦିରରେ ଦର୍ଶନ କରି ପାରିବେ ।
ଏହି ଟ୍ରଷ୍ଟ ଗଠନ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତିା