
ବିଜୟାପୁରା (କର୍ଣ୍ଣାଟକ) -କରଣ୍ଣାଟକର ବିଜୟପୁରାରେ ବୁଧବାର ସକାଳେ ହୋଇଥିବା ଏକ ଭୟଙ୍କର ସଡକ ଦୁର୍ଘଟଣାରେ ଛଅଜଣଙ୍କର ଘଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ତିନିଜଣ ଲୋକ ଆହତ ହୋଇଛନ୍ତି।ଆହତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି।ବିଜୟାପୁରା ଜିଲ୍ଲା ପୋଲିସ ଅଧୀକ୍ଷକ କହିଛନ୍ତି ଯେ ପ୍ରାଥମିକ ସୁଚନା ଅନୁସାରେ ସ୍କର୍ପିଓ କାରର ପାଞ୍ଚଜଣ ଯାତ୍ରୀ ଏବଂ ଘରୋଇ ବସର ଡ୍ରାଇଭରଙ୍କ ସମେତ ଛଅଜଣ ଲୋକଙ୍କ ମୃତ୍ୟୁ ଘଟିଛି।ଘଟଣାସ୍ଥଳରେ ପହଁଞ୍ଚି ପୋଲିସ ମୃତଦେହଗୁଡିକୁ ପୋଷ୍ଟମଟମ ପାଇଁ ପଠାଇଛି।ମୃତକଙ୍କ ପରିଚୟ ତେଲଙ୍ଗାନାର ଗଡୱାଲ,କେନରା ବ୍ୟାଙ୍କ ଶାଖା ପ୍ରବନ୍ଧକ ଟୀ.ଭାସ୍କରନ ,ତାଙ୍କର ପତ୍ନୀ ପବିତ୍ରା ,ପୁଅ ଅଭିରାମ ଏବଂ ଝିଅ ଜୋସନାଙ୍କ ବ୍ୟତୀତ ବିଜୟାପୁରା ଜିଲ୍ଲାର ହୋର୍ଟିର ସ୍କର୍ପିଓ ଡ୍ରାଇଭର ବିକାଶ ଶିବପ୍ପା ମକାନୀ ଏବଂ କଳଗୁଟାଗୀ ଥାଣ୍ଡା ଘରୋଇ ବସ ଡ୍ରାଇଭର ବସବରାଜ ରାଠୌଜ ଭାସ୍କର ବୋଲି ଜଣାପଡିଛି।ଟୀ,ଭାସ୍କରନଙ୍କ ଆହତ ପୁଅ ପ୍ରବୀଣ ତେଜା ଏବଂ ଲାରୀ ଡ୍ରାଇଭର ଚନ୍ନବସବ ସିଦ୍ଦପ୍ପାଙ୍କୁ ବିଜୟାପୁରା ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି।