
ନୁଆଦିଲ୍ଲୀ -ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡିଃର ପୃଥକ ପୃଥକ ଟିମ ବୁଧବାର ଦିନ ମୁମ୍ବାଇ ,ବେଙ୍ଗାଲୁର,ଜାଳନ୍ଧର ,ଇନ୍ଦୋର ଏବଂ କୋଲକାତା ସମେତ ଦେଶର ଅନେକ ସହରରେ ଚଢାଉ କରଛି।ଚଢାଉର ଏହି କାର୍ଯ୍ୟାନୁଷ୍ଠାନ ଏକ ଫର୍ମରେ କଥିତ ମନି ଲ୍ୟାଣ୍ଡରିଂ ତଦନ୍ତ ସହିତ ଜଡିତ ମନି ଲ୍ୟାଣ୍ଡରି ନିବାରଣ ଆଇନ(ପିଏମଏଲଏ),2002ର ବ୍ୟବସ୍ଥା ଅନୁଯାୟୀ କରାଯାଇଥିଲା।ସରକାରୀ ସୁତ୍ର ଅନୁଯାୟୀ ଇଡି ସର୍ଚ୍ଚ ଅପରେସନ ସମୟରେ ପ୍ରାୟ 6.43 ଲକ୍ଷ ଟଙ୍କା ମୁଲ୍ୟର ବିଦେଶୀ ମୁଦ୍ରା ଜବତ କରିଛି।ଏଥିରେ ଆମେରିକୀୟ ଡଲାର,ସିଙ୍ଗାପୁର ଡର୍ଲାର ଏବଂ ଦିରହମ ଅନ୍ତର୍ଭୁକ୍ତ।କେନ୍ଦ୍ରୀୟ ତଦନ୍ତ ଏଜେନ୍ସୀ ଏହି କାର୍ଯ୍ୟାନୁଷ୍ଠାନ ସମୟରେ 55.74 ଲକ୍ଷ ଟଙ୍କା ମୁଲ୍ୟର ସୁନାମୁଦ୍ରା ଜବତ କରିଛି।ଏହା ବ୍ୟତୀତ ବ୍ୟାଙ୍କ ଖାତାରେ ପ୍ରାୟ 94 ଲକ୍ଷ ଟଙ୍କାର ରାଶି ମଧ୍ୟ ଜବତ କରାଯାଇଥିଲା।ଇଡି କହିଛି ଯେ ଚଢାଉ ସମୟରେ ସମ୍ପତ୍ତିର ଡକ୍ୟୁମେଣ୍ଟ ,ଅନେକ ଡିଜିଟାଲ ଡିଭାଇସ ଏବଂ ବିଭିନ୍ନ ଆପତ୍ତିଜନକ ଡକ୍ୟୁମେଣ୍ଟ ମଧ୍ୟ ଜବତ କରାଯାଇଛି।