
ନୂଆଦିଲ୍ଲୀ-ସୁପ୍ରିମକୋର୍ଟ ମହାରାଷ୍ଟ୍ରର ବରଖାସ୍ତ ଟ୍ରେନି ଆଇଏଏସପୂଜା ଖେଡକର୍ଙ୍କୁ ଅଗ୍ରିମ ଜାମିନ୍ ପ୍ରଦାନ କରିଛନ୍ତି। ବିଚାରପତି ବି.ଭି. ନାଗରତ୍ନା କହିଛନ୍ତି ଯେ, ପୂଜା ଖେଡକରଙ୍କ ଉପରେ ଯେଉଁ ଅଭିଯୋଗ ଲାଗିଛି, ସେଥିପାଇଁ ତାଙ୍କୁ ହାଇକୋର୍ଟରୁ ମଧ୍ୟ ଅଗ୍ରିମ ଜାମିନ୍ ମିଳିଯିବା ଉଚିତ୍ ଥିଲା।
କୋର୍ଟ ୧୮ ମାର୍ଚ୍ଚରେ ଦିଲ୍ଲୀ ପୋଲିସକୁ ପଚାରିଥିଲେ ଯେ, ଆପଣମାନେ ତଦନ୍ତ କାହିଁକି ସମ୍ପୂର୍ଣ୍ଣ କରୁନାହାନ୍ତି, ଯେତେବେଳେ ପୂଜା ଖେଡକର୍ ସତ୍ୟପାଠ ଦାଖଲ କରି ତଦନ୍ତରେ ସହଯୋଗ କରିବାକୁ କହିଛନ୍ତି। ଦିଲ୍ଲୀ ପୋଲିସ ପକ୍ଷରୁ ଉପସ୍ଥିତ ଏ.ଏସ୍.ଜି. ଏସ୍.ଭି. ରାଜୁ କହିଥିଲେ ଯେ, ଏହି ମାମଲାରେ ହେପାଜତରେ ପଚାରାଉଚାରା ଆବଶ୍ୟକ। ତେବେ କୋର୍ଟ ପଚାରିଥିଲେ ଯେ, ସାଧାରଣ ପଚାରାଉଚରା ଓ ହେପାଜତରେ ପଚାରାଉଚାରା ମଧ୍ୟରେ କଣ ପାର୍ଥକ୍ୟ ଅଛି?