
ଭୁବନେଶ୍ୱର– ଠକେଇ ଅଭିଯୋଗରେ ସତ୍ୟସାଇ ମାଇନ୍ସ ଆଣ୍ଡ ମିନେରାଲ୍ସର ମାଲିକ ଗିରଫ ହୋଇଛନ୍ତି। ସତ୍ୟସାଇ ମାଲିକ ମାଇନ୍ସ ଆଣ୍ଡ ମିନେରାଲର ମାଲିକ ନିରଞ୍ଜନ ମଲ୍ଲିକଙ୍କୁ ନୟାପଲ୍ଲୀ ପୋଲିସ୍ ଗିରଫ କରିଛି। ଅଭିଯୋଗ ଅନୁସାରେ ନିରଞ୍ଜନ ୨୦୧୨ ମସିହାରେ ରାୟପୁର ସୀତା ଇସ୍ପାତରୁ ଦେଢକୋଟି ଟଙ୍କା ଋଣ ନେଇଥିଲେ। ପରବର୍ତୀ ସମୟରେ ସୁଧ ମିଶି ଏହା ୩ କୋଟି ୫୦ ଲକ୍ଷ ଟଙ୍କା ହୋଇଥିଲା।
ଋଣ ପରିଶୋଧ ପାଇଁ ନିରଞ୍ଜନ ଦେଇଥିବା ୪ଟି ଚେକ୍ ବାଉନ୍ସ ହୋଇଥିଲା। ଚେକ୍ ବାଉନ୍ସ ନେଇ ଏତଲା ପରେ ନୟାପଲ୍ଲୀ ପୋଲିସ୍ ତାଙ୍କୁ ଗିରଫ କରିଛି।