
ଜୟପୁର– ଜୟପୁର ଏୟାରପୋର୍ଟରେ ଆଜି ମାରପିଟ । ଜଣେ ମ୍ୟାନେଜରଙ୍କ ଦାଦା ଗିରି, ମ୍ୟାନେଜରଙ୍କ ଆକ୍ରମଣରେ ସୁରକ୍ଷାକର୍ମୀ ରକ୍ତାକ୍ତ ଘଟଣା ଜିଲ୍ଲାରେ ଚହଳ ସୃଷ୍ଟି କରିଛି। ମାମଲା ଥାନାରେ ପହଂଚିଛି । ଓଏସଏପି ତୃତୀୟ ବାଟାଲିୟନର ହାବିଲଦାରକୁ ମାରଣାସ୍ତ୍ର ରେ ଆକ୍ରମଣ ଅଭିଯୋଗରେ ଜୟପୁର ଏୟାରପୋର୍ଟର ଇଣ୍ଡିଆ -୧ ଏୟାରଲାଇନ୍ସର ଷ୍ଟେସନ ମ୍ୟାନେଜରକୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଚନ୍ଦୁ ବେହେରା।
ସୂଚନା ଅନୁଯାୟୀ ଓଏସଏପି ତୃତୀୟ ବାଟାଲିୟନ କୋରାପୁଟ ହାବିଲଦାର ରାଜେଶ କୁମାର ସାହୁ ବର୍ତମାନ ଜୟପୁର ଏୟାରପୋର୍ଟରେ ସୁରକ୍ଷା ଡ୍ୟୁଟିରେ ନିୟୋଜିତ ଅଛନ୍ତି। ସେ ଆଜି ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଆଜି ସକାଳ ୬ଟାରୁ ଅପରାହ୍ନ ୧ ଘଣ୍ଟା ଯାଏ ଡ୍ୟୁଟି ଥିଲା । ସକାଳ ୮ ଟା ୩୦ ମିନିଟ ସମୟରେ ଜୟପୁର ଏୟାରପୋର୍ଟର ଇଣ୍ଡିଆ -୧ ଏୟାରଲାଇନ୍ସର ଷ୍ଟେସନ ମ୍ୟାନେଜର ଚନ୍ଦୁ ବେହେରା ଆସି କାରରୁ ଓହ୍ଲାଇ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ । ବିମାନ ସେବା ଆଜି ବନ୍ଦ ଥିବା ବେଳେ ଗେଟ ବନ୍ଦ ରହିଥିଲା । ଅଭିଯୁକ୍ତ ଜଣକ କାରକୁ ଭିତରୁ କୁ ପଶାଇବାକୁ ଚେଷ୍ଟା କରିଥିବା ବେଳେ ହାବିଲଦାର ବିରୋଧ କରିଥିଲା। ପରେ ଷ୍ଟେସନ ମ୍ୟାନେଜର ଚନ୍ଦୁ ବେହେରା ଏକ ଧାରୁଆ ଅସ୍ତ୍ର ଧରି ହାବିଲଦାର ରାଜେଶଙ୍କର ବେକରେ ଆକ୍ରମଣ କରି ରକ୍ତାକ୍ତ କରିଥିଲା। ଏହା ସହ ତାକୁ ଓ ତା ପରିବାରର ସଦସ୍ୟଙ୍କୁ ମଧ୍ୟ ଜୀବନରେ ମାରିଦେବାକୁ ଧମକ ଦେଲା । ପୁଣି ଅଭିଯୁକ୍ତ ଚନ୍ଦୁ ହାବିଲଦାର ତଳେ ପଡିଯିବାରୁ ଲାତ ଗୋଇଠା ମଧ୍ୟ ମାରିଥିଲା ଏହା ଦେଖି ଅନ୍ୟ କର୍ମଚାରୀମାନେ ରକ୍ଷା କରିବାକୁ ଚେଷ୍ଟା କରି ମଧ୍ୟ ସଫଳ ହୋଇ ପାରି ନଥିଲେ । ଅଭିଯୁକ୍ତ ଜଣକ ଆଗରୁ ମଧ୍ୟ ବହୁ କର୍ମଚାରୀଙ୍କ ସହ ଏପରି ବ୍ୟବହାର କରୁଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ତଦନ୍ତରେ ଜାଣି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଗିରଫ ଅଭିଯୁକ୍ତ ଜଣକ ଆନ୍ଦ୍ର ପ୍ରଦେଶର ଶ୍ରୀକାକୁଲମ ଜିଲାର ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇ ଥିବା ବିଷୟ ଜୟପୁର ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।