
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ନିଖିଳ ଉତ୍କଳ ବିଶ୍ବକର୍ମା ସମିତି,ଓଡିଶା,ପୁରୀଜିଲ୍ଲା ଓ ସହର ଶାଖା ସହଯୋଗରେ ଭଉଁରି ଉପଲେକ୍ଷ ରଥଖଳାରେ ନିୟୋଜିତ ବିଶ୍ବକର୍ମା ମହାରଣା, ଭୋଇସେବକ , କରତୀ ସେବକ ଓଝା ସେବକ ଓ ଅନ୍ୟ ରଥ ନିର୍ମାଣ ସେବକ ମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ରଥଖଳା ସେବକ ମାନେ ବହୁ ପରିଶ୍ରମ କରି ରଥ ନିର୍ମାଣ କରୁଛନ୍ତି । ସେମାନଙ୍କୁ ଉତ୍ସାହିତ କରିବା ପାଇଁ ନିଖିଳ ଉତ୍କଳ ବିଶ୍ବକର୍ମା ସମିତିର ରାଜ୍ଯ ସଭାପତି ସୂର୍ଯ୍ୟନାରାୟଣ ମହାରଣା, ସମ୍ପାଦକ ମନୋରଞ୍ଜନ ମହାରଣା ରହି ସମ୍ବର୍ଦ୍ଧିତ କରିଥିଲେ । ସମିତିର ପୁରୀଜିଲ୍ଲା ସଭାପତି ଦେବରାଜ ମହାରଣା,ପ୍ରଶାନ୍ତ କୁମାର ମହାରଣା, ରଶ୍ମୀ ମହାରଣା,ପୁରୀ ସହର ସଭାପତି ହୃଷିକେଶ ମହାରଣା,ଗଙ୍ଗାଧର ମହାରଣା,ଦୟାନିଧି ମହାରଣା,ରମେଶ କୁମାର ମହାରଣା, ସୁରେଶ ମହାରଣା, ବିଶ୍ବନାଥ ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।