
ଭୁବନେଶ୍ୱର – ଜମ୍ମୁ-କାଶ୍ମୀର ପହଲଗାମ୍ରେ ପାକିସ୍ତାନୀ ଆତଙ୍କୀବାଦୀ ସଂଗଠନ ଓ ସେନାଙ୍କ ଦ୍ୱାରା ଏପ୍ରିଲ ୨୨ତାରିଖରେ ୨୬ଜଣ ହିନ୍ଦୁ ପୁରୁଷଙ୍କୁ ଆତଙ୍କବାଦୀମାନେ ନୃଶଂସ ଭାବେ ଗୁଳିକରି ତାଙ୍କ ପରିବାର ସମ୍ମୁଖରେ ହତ୍ୟା କରିଥିଲେ । ଭାରତମାତାଙ୍କୁ ଆକ୍ରମଣ ଭାରତ ମାତା’ର ଅସମ୍ମାନ ସହିତ ଆମ ମା’ ଭଉଣୀଙ୍କ ମଥାରୁ ସିନ୍ଦୁର ପୋଛି ଦେଇଥିବା ଓ ମାତୃଜାତିକୁ ବିଧବା କରିବା ଘୋର ଅସମ୍ମାନ ହୋଇଛି । ମାତୃଶକ୍ତି ମହାନ ଶକ୍ତି ‘ଅପରେସନ ସିନ୍ଦୂର’ ବିଜୟ ଓ ଉଲ୍ଲାସର ଅସତ୍ୟ ଉପରେ ସତ୍ୟର ଅନ୍ୟାୟ ଉପରେ ନ୍ୟାୟର, ଅଧର୍ମ ଉପରେ ଧର୍ମର ବିଜୟ, ପାପୀଙ୍କର ବିନାସ । ଆମ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ବଳିଷ୍ଠ ନେତୃତ୍ୱରେ ପାକିସ୍ତାନୀ ଆତଙ୍କବାଦୀ ଦେଶକୁ ଭାରତୀୟ ସେନା ସାହସ ଓ ବୀରତ୍ୱ ପାକିସ୍ତାନକୁ ପ୍ରତିଶୋଧର ମେ ୭ ତାରିଖ ମଙ୍ଗଳବାର ମଧ୍ୟରାତ୍ରରେ ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍ କରି ପାକିସ୍ତାନ ଆତଙ୍କବାଦୀ ବିରୋଧୀ ‘ଅପରେସନ୍ ସିନ୍ଦୂର’ରେ ମୁହଁତୋଡ ଜବାବ ସହିତ ପାକିସ୍ତାନ ଆତଙ୍କବାଦୀ ଶିବିର ଓ ସୈନ୍ୟ ପୋଷ୍ଟ ଧ୍ୱସ୍ତବିଧ୍ୱସ୍ତ କରି ମାଟିରେ ମିଶାଇ ଦେଇଛି । ‘ଅପରେସନ୍ ସିନ୍ଦୁର’ର ସଫଳତା ପାଇଁ ୟୁନିଟ୍-୩ସ୍ଥିତ ଶ୍ରୀରାମ ମନ୍ଦିର ସମ୍ମୁଖରେ ଅପରେସନ ‘ସିନ୍ଦୁର’ରେ ଶହୀଦ ହୋଇଯାଇଥିବା ବୀର ଯବାନଙ୍କ ଉଦେ୍ଦଶ୍ୟରେ ସେମାନଙ୍କ ବୀରତ୍ୱ ଓ ବଳିଦାନକୁ ସମ୍ମାନ ଜଣାଇ ଓଡ଼ିଶା ପ୍ରଗତି ଦଳର ରାଜ୍ୟ ସଭାପତି ଜନ୍ମେଜୟ ରୋହିଦାସଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମେ ଶହୀଦ ଯବାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଦୀପଦାନ କରି ଶହୀଦ ବୀର ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଭାରତୀୟ ସେନା ଏହି ଅସୀମ ତ୍ୟାଗ ଓ ବଳିଦାନ ସହ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଓ କର୍ଣ୍ଣେଲ ସୋଫିଆ କୁ୍ୟରେସି ‘ଅପରେସନ୍ ସିନ୍ଦୂର’ର ବିଜୟ ମାତୃଶକ୍ତିର ପ୍ରତୀକ । ଭାରତବର୍ଷ ପାଇଁ ଗର୍ବ ଓ ଗୌରବ । ସମସ୍ତ ସେନାବାହିନୀଙ୍କୁ ସମ୍ମାନ ଓ ପ୍ରଣାମ ଜଣାଉଛୁ । ଆଜି ସାରା ଭାରତ ବର୍ଷ ପାଇଁ ବିଶେଷ କରି ମାତୃଜାତି, ଭାରତମାତାଙ୍କ ଗର୍ବଗୌରବ ‘ଭାରତ ମାତା’ର ସମ୍ମାନ ଦେଶର ସମ୍ମାନ ସୁରକ୍ଷା ‘ଅପରେସନ୍ ସିନ୍ଦୁର’ ପାଇଁ ପାକିସ୍ତାନକୁ ଆକ୍ରମଣର ଦୃଢ଼ ପ୍ରତିଶୋଧର ଜବାବ ଦେଇଥିବାରୁ ସାରା ଭାରତବାସୀ ୧୪୦ କୋଟି ଭାରତୀୟ ଜନସାଧାରଣ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପାଖରେ କୃତଜ୍ଞତା ସହିତ ଧନ୍ୟବାଦ ଜଣାଉଛୁ । ଆଜି ‘ଅପରେସନ୍ ସିନ୍ଦୁର’ ‘ଭାରତ ମାତା’ର ସମ୍ମାନ ଦେଶର ସମ୍ମାନ’ ସମସ୍ତ ମାତୃଜାତିଙ୍କୁ ମାନ ସମ୍ମାନ ଓ ଅସ୍ତିସ୍ୱର ରକ୍ଷା ସହିତ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ମଙ୍ଗଳ କାମନା କରାଯାଇଥିଲା । ଭାରତବର୍ଷର ମୁସଲମାନ ଓ ବାଲାଂଦେଶୀ ସମ୍ପ୍ରଦାୟର ଲୋକ ସାଧାରଣତଃ ଆତଙ୍କବାଦୀ, ସନ୍ତ୍ରାସବାଦୀ, ଉଗ୍ରବାଦୀ, ମାଓବାଦୀଙ୍କ ଦ୍ୱାରା ନିଶା ଓ ପାଶ୍ଚାତ୍ୟ ଅପସଂସ୍କୃତିରେ ଯୁବବର୍ଗଙ୍କୁ କବଳିତ କରିବା ଦ୍ୱାରା ସେମାନେ ପଥଭ୍ରଷ୍ଟ ହୋଇଯାଉଛନ୍ତି । ଅସ୍ତ୍ରଶସ୍ତ୍ର େ·ରା ·ଲାଣ, ନିଶାଦ୍ରବ୍ୟ କାରବାରରେ ଏମାନଙ୍କର ମୁଣ୍ଡକୁ ୱାସ୍ କରି ଭାରତ ବିରୁଦ୍ଧରେ ହିଂସାତ୍ମକ, ଦଙ୍ଗା, ହତ୍ୟା, ମହିଳା ହିଂସା ଓ େ·ରି ଇତ୍ୟାଦି କାର୍ଯ୍ୟରେ ଲଗାଉଛନ୍ତି । ତେଣୁ ଲିପ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ବୋଲି ଓଡ଼ିଶା ପ୍ରଗତି ଦଳର ରାଜ୍ୟ ସଭାପତି ଜନ୍ମେଜୟ ରୋହିଦାସ ମତ ପ୍ରକାଶ କରିଛନ୍ତି ।
ଜୟ ଭାରତୀୟ ସେନା, ଜୟ ହିନ୍ଦ୍, ଭାରତମାତା କି ଜୟ, ଜୟ ମାତୃଶକ୍ତି ବୋଲି ଦଳ ନାରା ଦିଆଯାଇଛି । ସାଧାରଣ ସମ୍ପାଦକ ଲିଙ୍ଗରାଜ ଦାସ, ଗଣମାଧ୍ୟମ ସଂଯୋଜକ ସୌମ୍ୟରଞ୍ଜନ ଜେନା, ସମାଜସେବୀ ସରୋଜିନୀ ମହାନ୍ତି, ହୃଷୀକେଶ ଷଡ଼ଙ୍ଗୀ ଓ ଦଳର କର୍ମର୍କାମାନେ ଅଂଶ ଗ୍ରହଣ କରି ମଙ୍ଗଳ କାମନା କରିଥିଲେ ।