
-
ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି
ଭୁବନେଶ୍ୱର – ରାଜ୍ୟ କ୍ୟାବିନେଟର ଢାଂଚାର ପରିବର୍ତନ ହେବ । ଏଥିନେଇ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନୂଆ ଢାଂଚା ସମ୍ପର୍କରେ ସଂସଦୀୟ ବ୍ୟାପାର ସଚିବ ସବୁ ବିଭାଗକୁ ଚିଠି ଲେଖି ଅବଗତ କରାଇଛନ୍ତି।
ଚିଠିରେ ଉଲ୍ଲେଖ କରାଯାଇଛି ଯେ ୫ ଦିନ ପୂର୍ବରୁ କ୍ୟାବିନେଟ ବସିବାର ତାରିଖ ଚୂଡାନ୍ତ ହେବ। ୩ ଦିନ ପୂର୍ବରୁ କ୍ୟାବିନେଟର ସମସ୍ତ ପ୍ରସ୍ତାବ ଚୂଡାନ୍ତ ହେବ। ୨ ଦିନ ପୂର୍ବରୁ କ୍ୟାବିନେଟ ପ୍ରସ୍ତାବର ଫାଇଲ ମନ୍ତ୍ରୀଙ୍କ ପାଖକୁ ଯିବ । ମୁଖ୍ୟମନ୍ତ୍ରୀଙ୍କ ବିନାନୁମତିରେ କୌଣସି ପ୍ରସ୍ତାବ କ୍ୟାବିନେଟକୁ ଆସି ପାରିବନି କିମ୍ବା ମୁଖ୍ୟମନ୍ତ୍ରୀଙ୍କ ବିନାନୁମତିରେ ବିଭାଗୀୟ ସଚିବ କ୍ୟାବିନେଟରେ ବସି ପାରିବେନି। ବିଭାଗୀୟ ସଚିବମାନେ କ୍ୟାବିନେଟ ରୁମରେ ନ ବସି ପାଖ ରୁମରେ ବସିବେ। ଆବଶ୍ୟକ ସ୍ଥଳେ ବିଭାଗୀୟ ସଚିବ କ୍ୟାବିନେଟ ବୈଠକ ରୁମକୁ ଯାଇ ପାରିବେ।କ୍ୟାବିନେଟ୍ ରେ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନର ବ୍ୟତୀତ ଅନ୍ୟଙ୍କୁ ବାରଣ କରାଯାଇଛି। ପ୍ରସ୍ତାବରେ ମୋହର ବାଜିବା ପରେ ତାକୁ କାର୍ଯ୍ୟକାରୀ କରାଇବା ମନ୍ତ୍ରୀଙ୍କ ଦାୟିତ୍ୱ ବୋଲି ସେଥିରେ ଉଲ୍ଲେଖ ଅଛି।