
ଭୁବନେଶ୍ୱର– ଭାରତର ମହାନ ପରମାଣୁ ବୈଜ୍ଞାନିକ ଡ଼ ଏମ.ଆର୍. ଶ୍ରୀନିବାସନଙ୍କରେ ମୁକେଶ ମହାଲିଙ୍ଗ ଶୋକ ପ୍ରକାଶ କରିଛନ୍ତି । ଭାରତକୁ ପରମାଣୁ ଶକ୍ତି କ୍ଷେତ୍ରରେ ସୁଦୃଢ କରିବାରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି ମନ୍ତ୍ରୀ କହିଛନ୍ତି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତର ମହାନ ପରମାଣୁ ବୈଜ୍ଞାନିକ ଡ଼ ଏମ.ଆର୍. ଶ୍ରୀନିବାସନଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ। ଜଣେ ଦୃଷ୍ଟିସମ୍ପନ୍ନ ବୈଜ୍ଞାନିକ ଭାବେ ଭାରତକୁ ପରମାଣୁ ଶକ୍ତି କ୍ଷେତ୍ରରେ ସୁଦୃଢ କରିବାରେ ତାଙ୍କର ଅବଦାନ ଅବିସ୍ମରଣୀୟ।
ମହାପ୍ରଭୁଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମନ୍ତ୍ରୀ ।