
ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶିଷ୍ଟ ଆଷ୍ଟ୍ରୋ ଫିଜିସିଷ୍ଟ ପ୍ରଫେସର. ଜୟନ୍ତ ବିଷ୍ଣୁ ନାର୍ଲିକରଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କୁ ବିଜ୍ଞାନ ଜଗତର ଜଣେ “ମହାନ ବିଭୂତି” ଓ ଭାରତରେ ବୈଜ୍ଞାନିକ ଦୃଷ୍ଟିକୋଣର ଜଣେ ଅତୁଟ ପ୍ରଚାରକ ଭାବେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମାଝୀ ତାଙ୍କର ସୋସିଆଲ ମିଡିଆ ବାର୍ତ୍ତାରେ ଲେଖିଛନ୍ତି ଯେ, ପ୍ରଫେସର ଜୟନ୍ତ ବିଷ୍ଣୁ ନାର୍ଲିକରଙ୍କ ବିୟୋଗରେ ଅତ୍ୟନ୍ତ ଦୁଃଖିତ ହୋଇଛି। ସେ ଜଣେ ଆଷ୍ଟ୍ରୋ ଫିଜିସିଷ୍ଟ, ଦୂରଦର୍ଶୀ ଚିନ୍ତକ ଓ ବିଜ୍ଞାନର ଅକ୍ଲାନ୍ତ ସଂପ୍ରେଷକ ଥିଲେ। ତାଙ୍କର ଅଗ୍ରଣୀ କାର୍ଯ୍ୟ ଓ ବୈଜ୍ଞାନିକ ଚିନ୍ତନ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନେକ ପିଢିକୁ ସମୃଦ୍ଧ କରିଛି। ତାଙ୍କର ପରିବାର ଓ ପ୍ରଶଂସକମାନଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି ।