
ଭୁବନେଶ୍ୱର– ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଶିଷ୍ଟ ପରମାଣୁ ବୈଜ୍ଞାନିକ ଓ ପୂର୍ବତନ ପରମାଣୁ ଶକ୍ତି ଆୟୋଗର ଅଧ୍ୟକ୍ଷ ଡ଼ଃ ଏମ. ଆର. ଶ୍ରୀନିବାସନଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଡ଼ଃ ଶ୍ରୀନିବାସନଙ୍କୁ ଭାରତର ପରମାଣୁ ଯାତ୍ରାର ଜଣେ “ଦିଗ୍ଗଜ ବ୍ୟକ୍ତିତ୍ୱ” ଓ “ଦୂରଦର୍ଶୀ ପ୍ରଯୁକ୍ତି ବିଶେଷଜ୍ଞ” ଭାବରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ସୋସିଆଲ ମିଡିଆ ବାର୍ତ୍ତାରେ ଲେଖିଛନ୍ତି ଯେ, “ଭାରତର ପରମାଣୁ ଯାତ୍ରାର ଜଣେ ମହାନ ସ୍ତମ୍ଭ ଓ ଦୂରଦର୍ଶୀ ପ୍ରଯୁକ୍ତି ବିଶେଷଜ୍ଞ ଡ଼ଃ ଏମ. ଆର. ଶ୍ରୀନିବାସନଙ୍କ ବିୟୋଗରେ ମୁଁ ଗଭୀର ଶୋକ ପ୍ରକାଶ କରୁଛି। ପରମାଣୁ ଶକ୍ତି ଓ ଜାତୀୟ ଆତ୍ମନିର୍ଭରତାର କ୍ଷେତ୍ରରେ ତାଙ୍କର ଅବଦାନ ଆଗାମୀ ପିଢ଼ି ପାଇଁ ପ୍ରେରଣା ହେବ। ତାଙ୍କର ପରିବାର ଓ ବୈଜ୍ଞାନିକଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି ।