
ଭଞ୍ଜନଗର- ବେଳଗୁଣ୍ଠା ବ୍ଲକ ନୂଆଗାଁ ପଞ୍ଚାୟତ କୁରୁମ ପଢାଳ ଗ୍ରାମର ସୁଧାଂଶୁ ବେହେରା(୧୯) ମଙ୍ଗଳବାର ରାତିରେ ନଦୀ କୂଳରେ ଥିବା ଏକ କାକପୋଇ ଗଛରେ ଗାମୁଛା ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି।ବୁଧବାର ସକାଳେ କିଛି ଲୋକ ଫୁଲ ତୋଳିବାକୁ ସେଠାକୁ ଯାଇଥିବା ବେଳେ ଏହା ଦେଖି ତାର ଘର ଲୋକଙ୍କୁ ଜଣେଇଥିଲେ। ଖବର ପାଇ ବେଳଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ ପଠେଇଛି।ସୂଚନା ମୁତାବକ ସୁଧାଂଶୁ ରାତିରେ ଡେରିରେ ଘରକୁ ଫେରିବାରୁ ତାର ବାପା ବିରକ୍ତି ପ୍ରକାଶ କରିଥିଲେ।ଏହି ସାମାନ୍ୟ କଥାରେ ସୁଧାଂଶୁ ଘରୁ ରାତିରେ ଚାଲିଯାଇ ଏଭଳି ନିଷ୍ପତ୍ତି ନେଇଥିବା ତାର ବାପା କହିଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳେଇଥିବା ଜଣାପଡିଛି।