
ଜୟପୁର– ବରିଷ୍ଠ ନାଗରିକ କଲ୍ୟାଣ ସମିତିର ବୈଠକ କିଶୋର ଚନ୍ଦ୍ର ହୋତାଙ୍କ ସଭାପତିତ୍ୱ ଏବଂ ସୁରେଶ କୁମାର ହୋତାଙ୍କ ପରିଚାଳନାରେ ୬୦ ରୁ ଉର୍ଦ୍ଧ୍ବ ସଭ୍ୟଙ୍କ ଗହଣରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସହରର ବିଭିନ୍ନ ପ୍ରସଙ୍ଗରେ ଦାବି ଉପସ୍ଥାପନ କରାଯାଇଥିଲା। ଜୟପୁର ସହରର ଖ୍ରୀଷ୍ଟିଆନ ଛକ ଓ ପ୍ରସାଦ ରାଓ ପେଟା ଛକରେ ଟ୍ରାଫିକ ପୋଷ୍ଟ ସ୍ଥାପନ, ପୁରୁଣା ଦୈନିକ ବଜାରର ବିଭିନ୍ନ ଗଳି ରାସ୍ତାର ପସରା ଉଠେଇବା, ଦୈନିକ ବଜାର ମଧ୍ୟରେ ଥିବା ବିଦ୍ୟାଧର ସିଂ ଦେବଙ୍କ ପ୍ରତିମୂର୍ତ୍ତିର ଚତୁର୍ପାର୍ଶ୍ଵରୁ ଜବରଦଖଲ ଦୋକାନ ଉଛେଦ କରିବା, ଅଟୋ ବାଲାମାନେ ବରିଷ୍ଠ ମାନଙ୍କୁ ଉଚିତ ବ୍ୟବହାର ସହ ଦୂରତାକୁ ନେଇ ଧାର୍ଯ୍ୟ ଭଡା ଠିକ କରିବା। ଏହି ଦାବି ଜଣେଇବା ନିମନ୍ତେ, ଆଗାମୀ ଦିନରେ ଉପଜିଲ୍ଲାପାଳ, ପୌରପାଳିକା, ପୋଲିସକୁ ଅବଗତ ପାଇଁ ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକରେ ବରିଷ୍ଠ ନାଗରିକ ମାନଙ୍କୁ I ପରିଚୟ ପତ୍ର ବିତରଣ କରଯାଇଥିଲା। ଆଗକୁ ଅନେକ ସାମାଜିକ କାର୍ଯ୍ୟ ପାଇଁ ଆଲୋଚନା ହୋଇଥିଲା। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ସୁରେନ୍ଦ୍ର ମହାନ୍ତି, ଶଙ୍କର୍ଷଣ ମିଶ୍ର, ପ୍ରମୋଦ ପଣ୍ଡା, କୃଷ୍ଣଚନ୍ଦ୍ର ହୋତା, ଖଲି ପଟନାୟକ, ପରମେଶ୍ୱର ପାତ୍ର, ଅମ୍ବିକା ପାଢ଼ୀ ବାବାଜୀ ଚରଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।