
ଜୟପୁର– କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ କାଠପୋଡା ପଂଚାୟତର ଗାବବାଗୁଡା ଗାଁ ଲୋକେ ପାଣି ସମସ୍ୟାକୁ ନେଇ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ବୈପାରୀଗୁଡା ବିଡ଼ିଓଙ୍କ ଅନୁପସ୍ଥିତରେ ଏବିଡ଼ିଓ ନିବେଦିତା ଦଣ୍ଡସେନାଙ୍କୁ ଏହି ଦାବୀ ପତ୍ର ପ୍ରଦାନ କରିଛନ୍ତି l ଦାବୀ ପତ୍ରରେ ଉଲ୍ଲେଖ ଅଛି ଯେ, ଗାଦବାଗୁଡା ଗାଁ ରେ ମୋଟ ୨୦୦ ରୁ ଉର୍ଦ୍ଧ ଜନସଂଖ୍ୟା ରହିଛି l ଏବଂ ୩ଟି ସାହି ରହିଥିବା ବେଳେ କେବଳ ଦୁଇଟି ନଳକୂପ ଅଛି l ସେଥି ମଧ୍ୟରୁ ଗୋଟିଏ ନଳକୂପ ପ୍ରାୟ ବର୍ଷ ତମାମ ଅଚଳ ଅବସ୍ଥାରେ ରହୁଛି l ଯଦ୍ୱାରାକି ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ଗାଁ ଲୋକେ l ଗ୍ରୀଷ୍ମଋତୁରେ ପାଣି ସମସ୍ୟା ଗାଁ ଲୋକଙ୍କ ଦୁଃଖକୁ ଦ୍ବିଗୁଣିତ କରିଦେଉଛି l ଏଣୁ ଗାଁ ରେ ଏକ ନୂତନ ନଳକୂପ ଖନନ ପାଇଁ ଗାଁ ଲୋକେ ଦାବୀ କରିଛନ୍ତି l
ସେପଟେ ଏବିଡ଼ିଓ ନିବେଦିତା ଦଣ୍ଡସେନା କହିଛନ୍ତି, ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ l ଦାବୀ ପତ୍ର ଦେବା ସମୟରେ ସ୍ଥାନୀୟ ୱାର୍ଡ ମେମ୍ବର ରାଜୁଖିଲ, ଭିକାରି ବଡ଼ନାୟକ, ସନୁ ଖରା, ଘାସିଆ ଖରା, ହସମାତି ସିସା, ରାଧିକା ବଡ଼ନାୟକ, ସିୱାଇଏସଡି ଅନୁଷ୍ଠାନର ଶ୍ୟାମ ସlନ୍ତା ଓ ଅଭି ଗଲାରୀ ପ୍ରମୁଖ ଉପସ୍ଥିତ ଥିଲେ l