
ଗଞ୍ଜାମ– ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ରକ୍ତଚାପ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ରକ୍ତଚାପ ରୋଗର କାରଣ ନିରାକରଣ ସମ୍ବନ୍ଧରେ ବୁଝାଇଥିଲେ l ଆମିଷ, ପନିର, ଅଶୁଦ୍ଧ କ୍ଷୀର, ଘିଅ, ପୋଡ଼ାତେଲ ଛଣାଖାଦ୍ୟ, ଧୂମପାନ, ମଦ୍ୟପାନ, ଚିନ୍ତା, କ୍ରୋଧ ଦ୍ଵାରା ରକ୍ତଚାପ ହୁଏ l ଏହି ସବୁ ତ୍ୟାଗ କରି ସାତ ଘଣ୍ଟା ଶୋଇବେ, ସକାଳ ସନ୍ଧ୍ୟା ଅଧା ଘଣ୍ଟା ଲେଖାଏଁ ଧ୍ୟାନ କରିବେ, ଉଚ୍ଚ ରକ୍ତଚାପରେ ସର୍ପଗନ୍ଧା ମୂଳ, ଅର୍ଜୁନ ଛାଲି କ୍ୱାଥ, ପଦ୍ମମଞ୍ଜି ସେବନ କଲେ ରକ୍ତଚାପ ଭଲ ହୋଇଯାଏ l ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀ ରୋଗ, ଚର୍ମରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ l
ଏହି ସ୍ବାସ୍ଥ୍ୟ ଶିବିର ପ୍ରତ୍ଯକ ସୋମବାରେ ଅନୁଷ୍ଠିତ ହୁଏ। ସମସ୍ତେ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତି ।