
ନୂଆଦିଲ୍ଲୀ– ସୁପ୍ରିମକୋର୍ଟ ଏକ ମହତ୍ୱପୂର୍ଣ୍ଣ ଫଇସଲା କ୍ରମେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ସମ୍ମାନ ଓ ସମ୍ପୂର୍ଣ୍ଣ ପେନସନ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ବି.ଆର. ଗବଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ବିଚାରପତିଙ୍କ ନିଯୁକ୍ତିର ଦିନଏବଂ ତାଙ୍କର କାର୍ଯ୍ୟକାଳର ଆଧାରରେ କୌଣସି ମତଭେଦ ହେବ ନାହିଁ ।
କୋର୍ଟ କହିଛନ୍ତି ଯେ, ହାଇକୋର୍ଟର ସମସ୍ତ ଅବସରପ୍ରାପ୍ତ ବିଚାରପତି, ସେ ଯେଉଁ ତାରିଖରେ ବି ନିଯୁକ୍ତି ହୋଇଥାନ୍ତୁ ନା କାହିଁକି, ସେ ସମ୍ପୂର୍ଣ୍ଣ ପେନସନ୍ ର ହକଦାର୍ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଅବସରପ୍ରାପ୍ତ ମୁଖ୍ୟ ବିଚାରପତିଙ୍କୁ ବର୍ଷକୁ ୧୫ ଲକ୍ଷ ଟଙ୍କାର ସମ୍ପୂର୍ଣ୍ଣ ପେନସନ୍ ଦେବାକୁ ହେବ । କୋର୍ଟ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କୁ ହାଇକୋର୍ଟର ସମସ୍ତ ଅବସରପ୍ରାପ୍ତ ବିଚାରପତିଙ୍କ ମାମଲାରେ ୱାନ ର୍ୟାଙ୍କ ୱାନ ପେନସନ ର ସିଦ୍ଧାନ୍ତର ପାଳନ କରିବାକୁ ହେବ । ଯଦିଓ ଜଜ୍ ଙ୍କ ନିଯୁକ୍ତି ଜିଲ୍ଲା କୋର୍ଟ କିମ୍ବା ବାର୍ ରେ ହେଉ । କୋର୍ଟ କହିଛନ୍ତି ଯେ, ଯଦି କୌଣସି ଜଜ୍ ଙ୍କ ସେବା କାଳରେ ମୃତ୍ୟୁ ହୁଏ, ତେବେ ତାଙ୍କର ବିଧବା ପତ୍ନୀ କିମ୍ବା ପରିବାର ସଦସ୍ୟଙ୍କୁ ଗ୍ରାଚ୍ୟୁଟି ପ୍ରଦାନ କରିବାକୁ ହେବ । ଜଜ୍ ଙ୍କୁ ସେବା ଅବଧିରେ କ୍ୟାରିୟର ଅବଧି ଯୋଡି ଗ୍ରାଚ୍ୟୁଟି ପ୍ରଦାନ କରାଯିବା ଆବଶ୍ୟକ ।