
ନୂଆଦିଲ୍ଲୀ– ୟୁକୋ ବ୍ୟାଙ୍କ ର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ଏମଡି) ସୁବୋଧ କୁମାର ଗୋୟଲଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) । କୋଲକାତା ସ୍ଥିତ ଏକ କମ୍ପାନୀ ସହିତ ଜଡ଼ିତ ୬,୨୦୦ କୋଟି ଟଙ୍କାରୁ ଅଧିକ ବ୍ୟାଙ୍କ ଋଣ ଠକେଇ ମାମଲାରେ ମନି ଲାଣ୍ଡ୍ରିଂ ଅଭିଯୋଗରେ ସୁବୋଧଙ୍କୁ ଗିରଫ କରାଯାଇଛି । ସ୍ୱତନ୍ତ୍ର ନ୍ୟାୟାଳୟ (ପିଏମଏଲଏ) ଗୋୟଲଙ୍କୁ ଇଡି ହେପାଜତରେ ପଠାଇଛନ୍ତି ।
କେନ୍ଦ୍ରୀୟ ଯାଂଚ୍ ଏଜେନ୍ସୀ ସୋମବାର ଜାରି କରିଥିବା ଏକ ବୟାନରେ କୁହାଯାଇଛି ଯେ, ୟୁକୋ ବ୍ୟାଙ୍କ ର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୁବୋଧ କୁମାର ଗୋୟଲଙ୍କୁ ପିଏମଏଲଏ, ୨୦୦୨ର ପ୍ରାବଧାନ ଅନୁଯାୟୀ ମଇ ୧୬ ତାରିଖରେ ନୂଆଦିଲ୍ଲୀ ସ୍ଥିତ ଘରୁ ଗିରଫ କରାଯାଇଥିଲା । ଗୋୟଲଙ୍କୁ ମଇ ୧୭ ରେ କୋଲକାତା ସ୍ଥିତ ସ୍ପେଶିଆଲ ପ୍ରିଭେନସନ ଅଫ ମନି ଲାଣ୍ଡ୍ରିଂ ଆକ୍ଟ (ପିଏମଏଲଏ) କୋର୍ଟଙ୍କ ସମ୍ମୁଖରେ ହାଜର କରାଯାଇଥିଲା । ସେଠାରୁ ତାଙ୍କୁ ମଇ ୨୧ ତାରିଖ ପର୍ଯ୍ୟନ୍ତ ପ୍ରବର୍ତନ ନିର୍ଦ୍ଦେଶାଳୟର ହେପାଜତରେ ପଠାଇ ଦିଆଯାଇଛି ।