
ଭୁବନେଶ୍ୱର– ଉଦଳା ବିଧାୟକ ଭାସ୍କର ମଢ଼େଇଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଭଗବାନଙ୍କ ନିକଟରେ ତାଙ୍କର ସୁସ୍ଥ ଓ ଦୀର୍ଘାୟୁ କାମନା କରିଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉଦଳା ବିଧାୟକ ଶ୍ରୀ ଭାସ୍କର ମଢ଼େଇଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। ତାଙ୍କ ଦୃଢ଼ ନେତୃତ୍ୱରେ ଉଦଳା ନିର୍ବାଚନ ମଣ୍ଡଳୀ ସମେତ ସାରା ରାଜ୍ୟ ଉନ୍ନତିର ପଥରେ ଅଗ୍ରସର ହେଉ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ସୁସ୍ଥ, ଦୀର୍ଘାୟୁ ଓ ନିରାମୟ ଜୀବନ ପାଇଁ କାମନା କରୁଛି।