
ଭୁବନେଶ୍ୱର– ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଭାରତର ଶିଳ୍ପକ୍ରାନ୍ତିର ଜନକ କୁହାଯାଉଥିବା ଶ୍ରୀ ଜାମସେଦଜୀ ଟାଟାଙ୍କୁ ତାଙ୍କ ପୁଣ୍ୟତିଥି ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି ।
ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସିଂହଦେଓ ଟାଟାଙ୍କ ଦୂରଦର୍ଶିତା, ପ୍ରଗତିଶୀଳ ବିଚାରଧାରା ଓ ଦେଶ ନିର୍ମାଣ ପ୍ରତି ତାଙ୍କ ଅତୁଟ ପ୍ରତିବଦ୍ଧତାର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଟାଟାର କ୍ରାନ୍ତିକାରୀ ଯୋଗଦାନ ଭାରତକୁ ଏକ ବିଶ୍ୱ ଆର୍ଥିକ ଶକ୍ତି ଭାବେ ପ୍ରତିଷ୍ଠା କରିବାର ମୂଳଦୁଆ ରଖିଥିଲା ।
ଉତ୍କୃଷ୍ଟତାର ତାଙ୍କ ନିରନ୍ତର ତଲାସୀ ଆଜି ବି ଅନେକ ପିଢିକୁ ପ୍ରେରିତ କରିଥାଏ, ଯାହାକି ଶିଳ୍ପଗୁ ଦିଗ ଦେବା ଓ ଲୋକଙ୍କୁ ସଶକ୍ତ କରିବାରେ ସହାୟକ ହୋଇଥାଏ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଶ୍ରୀ ଟାଟାଙ୍କ ଅଦ୍ୱିତୀୟ ଯୋଗଦାନ ପାଇଁ ଗଭୀର ପ୍ରଶଂସା ଓ କୃତଜ୍ଞତା ବ୍ୟକ୍ତ କରିଛନ୍ତି ।