
ଗଞ୍ଜାମ– ପୁରୁଣା ବିବାଦକୁ ନେଇ ତହର ଗ୍ରାମରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଜଣେ ଗୁରୁତର ଆହତ ହେଵାସହ ୫ ଜଣ ଆହତ ହୋଇଛନ୍ତି। ଉଭୟଙ୍କ ପକ୍ଷରୁ କାତି ଓ ଠେଙ୍ଗାରେ ଆକ୍ରମଣ ହୋଇଥିଲା। ଏଥିରେ ଗୀତା ସେଠୀ, ତାଙ୍କଝିଅ ସୁଚିତ୍ରା, ତାଙ୍କ ଭାଇ ସୁଦର୍ଶନ ସେଠୀ, ଅନ୍ୟ ପରିବାରରୁ ଅର୍ସୁଲ ନାୟକ ଓ ତାଙ୍କ ପତ୍ନୀ ମୋହିନୀ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସୁଦର୍ଶନ ଗୁରୁତର ଥିବାରୁ ତାକୁ ଵ୍ରହ୍ମପୁର ବଡଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଯାଇଛି। ଏ ସମ୍ପର୍କରେ ହିଞ୍ଜିଳିକାଟୁ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି ବୋଲି ଥାନା ଅଧିକାରୀ ଶ୍ରୀନିବାସ ସେଠୀ ସୂଚନା ଦେଇଛନ୍ତି ।