
ଭୁବନେଶ୍ୱର– ଆଜି ଚ଼ିଲିକା ବ୍ଲକ ସମ୍ମିଳନୀ କକ୍ଷ ଠାରେ ହରିପୁର ଶାସନ ଗ୍ରାମର ଆରାଧ୍ୟ ଦେବତା ପଶ୍ଚିମାଭିମୁଖୀ ମହାଶମ୍ଭୁ ଶ୍ରୀ ଶ୍ରୀ ଶ୍ରୀ ବାବା ପ୍ରତାପେଶ୍ବର ମହାଦେବଙ୍କ ରୁଦ୍ର ମହାଯଜ୍ଞ ଓ ଅଷ୍ଟତ୍ରିଶ ଶମ୍ଭୁ ମେଳନ ପର୍ବ ନିମନ୍ତେ ଆୟୋଜିତ ପ୍ରସ୍ତୁତି ବୈଠକରେ ଯୋଗଦେଇ ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚ଼ନା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ଉକ୍ତ ବୈଠକରେ ସପ୍ତଦିବସ ବ୍ୟାପୀ ଅନୁଷ୍ଠିତ ହେଉଥିବା ରୁଦ୍ର ମହାଯଜ୍ଞ ସମୟରେ ନିରବିଚ୍ଚିନ୍ନ ଭାବେ ବିଦ୍ୟୁତ ସେବା,ପାନୀୟ ଜଳ, ଆଇନଶୃଙ୍ଖଳା,ଟ୍ରାଫିକ୍ ବ୍ୟବସ୍ଥା, ମହାଶମ୍ଭୁ ମାନଙ୍କ ଆଗମନ ଏବଂ ସୁରୁଖୁରୁରେ ରୁଦ୍ର ମହାଯଜ୍ଞ ସମାପନ କରିବା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟନିର୍ବାହ ପାଇଁ ପରାମର୍ଶ ପ୍ରଦାନ କରିଥିଲେ ମନ୍ତ୍ରୀ । ଏହି ବୈଠକରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଉପାଧ୍ୟକ୍ଷ ଶ୍ରୀ ଅରୁଣ ପଟ୍ଟନାୟକ,ଚ଼ିଲିକା ବ୍ଲକ ବିଡ଼ିଓ ସୁଶ୍ରୀ ପୁନମ୍ ମହାପାତ୍ର,ଚ଼ିଲିକା ତହସିଲଦାର ଶ୍ରୀ କାହ୍ନୁଚରଣ ଘଡ଼ାଇ, ହରିପୁର ଗ୍ରା:ପର ସରପଞ୍ଚ ଗୀତାଞ୍ଜଳି ବେହେରା, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ହରିପୁର ଗ୍ରାମର ପ୍ରମୁଖ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।