
ଭୁବନେଶ୍ୱର– ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଆମ ଇତିହାସ, ସଂସ୍କୃତି ଏବଂ ପରମ୍ପରାର ମୁକସାକ୍ଷୀ ଭାବେ ସଂଗ୍ରାହାଳୟ ଅନେକ ଗୁରୁତ୍ୱ ବହନ କରେ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ସମସ୍ତଙ୍କୁ ଶୁଭକାମନା।ଆମ ଇତିହାସ, ସଂସ୍କୃତି ଏବଂ ପରମ୍ପରାର ମୁକସାକ୍ଷୀ ଭାବେ ସଂଗ୍ରାହାଳୟ ଅନେକ ଗୁରୁତ୍ୱ ବହନ କରେ।
ଭବିଷ୍ୟତ ପିଢ଼ି ପାଇଁ ଐତିହ୍ୟକୁ ସୁରକ୍ଷିତ ରଖି ଏହାର ପ୍ରଚାର ପ୍ରସାରରେ ସହାୟକ ହୁଏ ବୋଲି ସେ କହିଛନ୍ତି ।