
ଭାଟିକାନ ସିଟି– ନୂଆ ପୋପ୍ ଲିଓ-14ଙ୍କର ଆଜି ଭାଟିକାନ ସିଟିର ସେଂଟ ପିଟର ସ୍କୋୟରରେ ଶପଥ ଗ୍ରହଣ ସମାରୋହ ହେବ । ଏହି ସମାରୋହ ଭାରତ ସମୟାନୁସାରେ ଦ୍ୱିପ୍ରହର ସାଢେ 1ଟା ବେଳେ ଆରମ୍ଭ ହେବ । ଯାହାକି ପ୍ରାୟ 2ଘଂଟା ଯାଏ ଚାଲିବ ।ଏହି ଶପଥ ଗ୍ରହଣରେ ସାମିଲ ହେବା ପାଇଁ ପୂରା ଦୁନିଆରୁ ତମାମ ନେତା ଭାଟିକାନ ସିଟିରେ ପହଂଚିଛନ୍ତି ।
ରୋମାନ କ୍ୟାଥଲିକ୍ ଚର୍ଚ୍ଚର ପୂର୍ବତନ ପୋପ୍ ଫ୍ରାନ୍ସିସଙ୍କର ଗତ ମାସ ୨୧ ଅପ୍ରେଲରେ ୮୮ ବର୍ଷ ବୟସରେ ଦେହାନ୍ତ ଘଟିଥିଲା। ତାପରେ, ୮ ମେ ତାରିଖରେ କାର୍ଡିନାଲମାନେ ଭୋଟିଂ କରି ନୂଆ ପୋପ୍ ଭାବେ ଲିଓଙ୍କ ନାମ ନିର୍ଦ୍ଧାରଣ କରିଥିଲେ। ନୂଆ ପୋପ୍ ଲିଓଙ୍କର ପ୍ରକୃତ ନାମ ହେଉଛି ରବର୍ଟ ଫ୍ରାନ୍ସିସ୍ ପ୍ରିଭୋଷ୍ଟ। କ୍ୟାଥଲିକ୍ ପରମ୍ପରା ଅନୁଯାୟୀ, ଶପଥ ଗ୍ରହଣ ପରେ ନୂଆ ପୋପ୍ଙ୍କୁ ଏକ ଧାର୍ମିକ ପୋଷାକ ଓ ଗୋଟିଏ ଅଙ୍ଗୁଠି ଦିଆଯିବ। ଏହି ଉପହାରଗୁଡିକ ନୂଆ ପୋପଙ୍କ ଦାୟିତ୍ୱ ଗ୍ରହଣର ପ୍ରତୀକ ରୂପେ ଦିଆଯାଇଥାଏ।