
କାଠମାଣ୍ଡୁ– ଚୀନର ବିମାନ କଂପାନୀ ନେପାଳର ଆଇନ ମାନୁନାହାନ୍ତି । ନେପାଳ ଆସୁଥିବା ସମସ୍ତ ବିମାନ କଂପାନୀ ଏଠାକାର ସରକାରକୁ ଟ୍ୟାକ୍ସ ଦେଇଥାନ୍ତି, କିନ୍ତୁ ଚୀନର କୌଣସି ବି ଏୟାରଲାଇନ୍ସ ନେପାଳ ସରକାରଙ୍କୁ ଟ୍ୟାକ୍ସ ଦେଉନାହିଁ ।
ନେପାଳର ଅଡିଟର୍ ଜେନେରାଲ ତାଙ୍କର ବାର୍ଷିକ ରିପୋର୍ଟ ସାର୍ବଜନୀନ କରିଛନ୍ତି । ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ନେପାଳରେ ଉଡାଣ ଦେଉଥିବା ଚାରିଟି ଚୀନ ଏୟାରଲାଇନ୍ସ କମ୍ପାନୀ ନେପାଳ ସରକାର ଦ୍ୱାରା ନିର୍ଦ୍ଧାରିତ କର ଦେଇନାହାନ୍ତି। ସରକାରକୁ ଦିଆଯାଇଥିବା ଏହି ରିପୋର୍ଟ ଅନୁଯାୟୀ, ଏୟାର ଚାଇନା, ସାଉଦର୍ନ ଚାଇନା ଏୟାରଲାଇନ୍ସ, ଚାଇନା ଇଷ୍ଟର୍ନ ଏୟାରଲାଇନ୍ସ ଓ ସିଚୁଆନ୍ ଏୟାରଲାଇନ୍ସ ନେପାଳ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ କର ଦେଇନାହାନ୍ତି।