
ଗଞାମ– ପିତଳ ବଜାରରେ ବସବାସ କରି ରହୁଥିବା ଜନୈକ ଠିକାଦାର (କନଟ୍ରାକ୍ଟର) ଅର୍ଥ ଓ ବାହୁବଳୀରେ ତାଙ୍କର ଉତ୍ପାତ ଏହି ଅଞ୍ଚଳରେ ଆରମ୍ଭ କରିଦେଇଛନ୍ତି। ପିତଳ ଅଞ୍ଚଳର ଗୋଟିଏ ରୋଡ ନିର୍ମାଣ ବେଳେ ରୋଡ ନିକଟରେ ଥିବା ଅରୁଣ ମହାନ୍ତିଙ୍କ ଚାଷ ଜମିରୁ ପ୍ରାୟ ୩୦ ଫୁଟ ଓସାର ଜମି ନିର୍ମିତ ରୋଡରେ ମିଶାଇ ମାଟି ପକାଇ ଦେଇଛନ୍ତି। ଏହି ଘଟଣା ପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଅରୁଣ ମହାନ୍ତି, ଶେରଗଡ଼ ତହସିଲଦାର ତ୍ରିଦେବ ରଥଙ୍କ ନିକଟରେ ଅଭିଯୋଗ କରିବାସହ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। କିଛିମାସ ପରେ ଏହି ଠିକାଦାର ଜଣକ ଅଭିମନ୍ଯୁ ଯେନାଙ୍କ ସହଯୋଗରେ ପିତଳ ବଜାରରେ ଥିବା ଜଣେ ବରିଷ୍ଠ ନାଗରିକଙ୍କ ପକ୍କା ଦୁଇ ମହଲା ଗୃହର ପୂର୍ବ ପଟର ବାଡରପୁନାସର ତିନି ଫୁଟ ଗଭୀର ମାଟି ଖୋଳି ସେ ତିଆରି କରୁଥିଵା ରୋଡରେ ପକାଇ ରୋଡର ଉଚ୍ଚତା ବୃଦ୍ଧି କରିଛନ୍ତି। ଅନ୍ୟପକ୍ଷରେ ପୁନାସରୁ ମାଟି ଖୋଳି ଦେବା ଫଳରେ ବରିଷ୍ଠ ନାଗରିକଙ୍କ ପକ୍କା ଗୃହ ଟି ଦୁର୍ବଳ ହୋଇ ଵିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି, କେଉଁ ମୂହୁର୍ତ୍ତ ରେ ଭୂଷୁଡି ପଡିବ ତାହା କଳନା କରାଯାଇନପାରେ । ଫଳରେ ଏହି ଗୃହରେ ରହୁଥିବା ଲୋକଙ୍କ ମୃତ୍ୟୁ ଅଵସମ୍ଭାଵି। ତୁରନ୍ତ ଶେରଗଡ଼ ତହସିଲଦାର, ଭଞ୍ଜନଗର ଉପଜିଲ୍ଲାପାଳ ଗଞ୍ଜାମ ଜିଲ୍ଲାପାଳ ଘଟଣାର ଅନୁଧ୍ୟାନ କରି ସମ୍ପୃକ୍ତ ଠିକାଦାର ଓ ତାର ସହଯୋଗୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାସହ ବରିଷ୍ଠ ନାଗରିକଙ୍କ ଜୀବନ ରକ୍ଷା, ତାଙ୍କ ଗୃହର ସୁରକ୍ଷା ପାଇଁ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି।