
ଶିଲଙ୍ଗ– ସୋସିଆଲ ମିଡିଆରେ ଭାରତ ବିରୋଧୀ ସାମଗ୍ରୀ ପୋଷ୍ଟ କରିବା ଅଭିଯୋଗରେ ମେଘାଳୟ ପୋଲିସ ଦୁଇ ପାକିସ୍ତାନୀ ପ୍ରେମୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଉତର ଗାରୋ ପାହାଡ ଜିଲ୍ଲାର ବାସିନ୍ଦା ।
ଶିଲଙ୍ଗ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଦ୍ୱାରା ମେ 15ରେ ରୁଜୁ କରାଯାଇଥିବା ଏଫଆଇଆର ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଶନିବାର ଉତର ଗାରୋ ପାହାଡ ଜିଲ୍ଲାର ବାଝଗଡୋବା ଥାନା ଅନ୍ତର୍ଗତ ଦୁଇଟି ଗାଁରେ ରେଡ୍ କରି ଉଭୟଙ୍କୁ ଗିରଫ କରାଯାଇଛି ।
ସେମାନେ ଫେସବୁକରେ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ଗାରୋ ଭାଷାରେ ଭାରତ ବିରୁଦ୍ଧରେ ନାରା ଳଗାଯାଇଥିବା ଓ ପାକିସ୍ତାନର ସମର୍ଥନ କରୁଥିବା ନଜର ଆସିଛି । ତେବେ ବରିଷ୍ଠ ପୋଲିସ ଅଧିକାରୀ ଗିରଫ ଅଭିଯୁକ୍ତଙ୍କ ନାମ ସାର୍ବଜନୀନ କରିନାହାନ୍ତି ।