
ଜାମ୍ମୁ -ସ୍ୱର୍ଗରେ ଆପଣଙ୍କୁ ସ୍ୱାଗତ ଭଳି ବ୍ୟାନର ଏବଂ ପତାକା ଉଡାଇ ପ୍ରାୟ 300 ଗାଡିର ଏକ କାଫିଲା ରବିବାର ସକାଳେ ଡାଲ ହ୍ରଦରୁ ପହଲଗ୍ରାମ ପାଇଁ ବାହାରିଥିଲେ,ଉଦ୍ଦେଶ୍ୟ ଥିଲା ଆଶା ଏବଂ ଶାନ୍ତିର ବାର୍ତ୍ତା ପ୍ରସାରଣ କରିବା।ଏହି ରୋଡ ଶୋ ପର୍ଯ୍ୟଟନ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ହୋଇଥିଲା ଯେଉଁଥିରେ ବ୍ୟବସାୟୀ ,ହୋଟେଲ ବ୍ୟବସାୟୀ,ପରିବହନକାରୀଏବଂ ଯୁବପୀଢୀ ମଧ୍ୟ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।22 ଅପ୍ରେଲରେ ପହଲଗ୍ରାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ 26 ପର୍ଯ୍ୟଟକ ପ୍ରାଣ ହରାଇଥିଲେ,ପରେ ଏହି ଆୟୋଜନ ପର୍ଯ୍ୟଟନ ଶିଳ୍ପର ପୁନରୁଦ୍ଧାରର ପ୍ରତୀକ ଥିଲା।ଟୁର ଅପରେଟର ଆମିର ମଜୀଦ କହିଛନ୍ତି ଯେ ସେହି ରାତିରେ ସବୁକିଛି ସ୍ଥଗିତ ହୋଇଯାଇଥିଲା ବୁକିଙ୍ଗ ରଦ୍ଦ ,ହୋଟେଲଗୁଡିକ ଖାଲି ,ଶିକାରା ଚାଲିବା ବନ୍ଦ ହୋଇଯାଇଥିଲା।କିନ୍ତୁ ଆଜି ଆମେ କହୁଛୁ ଯେ କାଶ୍ମୀର ସୁରକ୍ଷିତ ଏବଂ କାଶ୍ମୀର ପ୍ରସ୍ତୁତ।