
କୋଲକାତା -ମହାନଗର କୋଲକାତାର ନ୍ୟୁ ଟାଉନ ଅଞ୍ଚଳରୁ ଜଣେ ବାଂଲାଦେଶୀ ଜଳଦସ୍ୟୁଙ୍କୁ ପୋଲିସ ଗିରଫ କରିଛି।ପୋଲିସ ସୁତ୍ରରୁ ମିଳିଥିବା ସୁଚନା ଅନୁଯାୟୀ ଗିରଫ ବ୍ୟକ୍ତିଙ୍କ ନାମ ମଜନୁ ଗାଜୀ ।ତାଙ୍କ ସହିତ ଅନ୍ୟ ଜଣେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି।
ପୋଲିସ ସୁତ୍ର ଅନୁଯାୟୀ ଉତ୍ତର 24 ପରଗନା ଜିଲ୍ଲା ଅନ୍ତର୍ଗତ ରହଡା ଥାନା ପୋଲିସକୁ ସୁଚନା ମିଳିଥିଲା ଯେ କୁଖ୍ୟାତ ବାଂଲାଦେଶୀ ଡକାୟତ ମଜନୁ ଗାଜୀ ପଶ୍ଚିମବଙ୍ଗରେ ରହୁଛି।ସେ ବାଂଲାଦେଶର ସୁନ୍ଦରବନର ବିଭିନ୍ନ ଜଳପଥରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ଲୁଟୁଥିଲେ।ପ୍ରାୟ ଏକ ବର୍ଷ ଧରି ସେ ରହଡା ଥାନା ଅଞ୍ଚଳରେ କୌଣସି ସ୍ଥାନରେ ଲୁଚି ରହିଛି।ତଦନ୍ତ ପରେ ଅଭିଯୁକ୍ତ ନ୍ୟୁ ଟାଉନରେ ରହୁଥିବାର ଜଣାପଡିଥିଲା। ଏହାପରେ ପୋଲିସ ଶନିବାର ରାତିରେ ସେଠାରେ ଚଢାଉ କରି ମଜନୁ ଗାଜୀଙ୍କୁ ଗିରଫ କରିଥିଲା।ତାଙ୍କ ନିକଟରୁ ଏକ ପାଇପ ଗନ ଏବଂ ଏକ କ୍ୟାଟ୍ରିଜ ଉଦ୍ଧାର କରାଯାଇଛି।ମଜନୁଙ୍କୁ ପଚରାଉଚରା ପରେ ପୋଲିସ ରବିବାର ସକାଳେ ରହଡା ଥାନା ଅଞ୍ଚଳରୁ କମାଲ ଶେଖ ନାମକ ଅପରାଧୀଙ୍କୁ ଗିରଫ କରାଯାଇଥିଲା।