
ଭୁବନେଶ୍ୱର– ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଭାରତର ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡଙ୍କୁ ତାଙ୍କ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ଉପରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କୁ ସାମ୍ବିଧାନିକ ମୂଲ୍ୟ ପ୍ରତି ସମର୍ପଣ ଓ ସାର୍ବଜନୀନ ସେବା ପାଇଁ ତାଙ୍କ ପ୍ରତିବଦ୍ଧତାର ପ୍ରଶଂସା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ‘ଭାରତର ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା । ସମ୍ବିଧାନ ପ୍ରତି ଆପଣଙ୍କ ନିଷ୍ଠା ଓ ଜନସେବା ପ୍ରତି ଆପଣଙ୍କ ପ୍ରତିବଦ୍ଧତା ଦେଶକୁ ନିରନ୍ତର ପ୍ରେରିତ କରୁଥିବ । ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ, ସୁଖ, ସମୃଦ୍ଧି ଓ ଦୀର୍ଘ ଓ ସମ୍ମାନଜନକ ଜୀବନ କାମନା କରୁଛି ।