
ନୂଆଦିଲ୍ଲୀ– ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଶନିବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କୁ ନୂଆଦିଲ୍ଲୀରେ ଔପଚାରିକ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ କେନ୍ଦ୍ର ଓ ରାଜ୍ୟସରକାର ମଧ୍ୟରେ ଜାତୀୟ ସୁରକ୍ଷାକୁ ମଜବୁତ କରିବାର ବୁଝାମଣା ପ୍ରତିବଦ୍ଧତାକୁ ରେଖାଙ୍କିତ କରାଯାଇଛି ।
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏହି ସାକ୍ଷାତର ସୂଚନା ସୋସିଆଲ ମିଡିଆରେ ସେୟାର କରି ପ୍ରତିରକ୍ଷା ମନ୍ତ୍ରୀଙ୍କ ଦୂରଦର୍ଶୀ ଓ ମଜବୁତ ନେତୃତ୍ୱ ଶୈଳୀର ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି ଯେ, ତାଙ୍କ ଦୃଢ ନେତୃତ୍ୱ ଭାରତରର ପ୍ରତିରକ୍ଷା କ୍ଷମତା ଓ ରଣନୈତିକ ଦୃଷ୍ଟିକୋଣକୁ ଲଗାତର ଭାବେ ସଶକ୍ତ କରୁଛି ।
ସାକ୍ଷାତ ସମୟରେ ଉଭୟ ନେତାଙ୍କ ମଧ୍ୟରେ ପ୍ରମୁଖ ପ୍ରତିରକ୍ଷା ସହିତ ଜଡିତ ପଦକ୍ଷେପ ଓ ଭବିଷ୍ୟତର ପ୍ରସ୍ତୁତିକୁ ନେଇ ଗୁରୁତର ଚର୍ଚ୍ଚା ହୋଇଛି ।