
ଭୁବନେଶ୍ୱର– ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ରବିବାର ନୂଆଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଔପଚାରିକ ସାକ୍ଷାତ କରିଛନ୍ତି । ଏହି ଅବସରରେ ରାଜ୍ୟର ରେଳ ଅବସଂରଚନା ଓ ସଂପର୍କ ବ୍ୟବସ୍ଥାକୁ ସୁଦୃଢ କରିବାକୁ ନେଇ ରଚନାତ୍ମକ ଆଲୋଚନା ହୋଇଛି ।
ସିଂହଦେଓ ଏହି ସାକ୍ଷାତର ସୂଚନା ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, ଆଜି ନୂଆଦିଲ୍ଲୀରେ ମାନନୀୟ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତ ହୋଇଛି । ରେଲୱେ ଅବସଂରଚନା ଓ ସଂପର୍କ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ସଫଳ ଆଲୋଚନା ହୋଇଛି, ଯେଉଁଥିରେ ଓଡ଼ିଶାର ପରିବହନ ନେଟୱର୍କ ଓ ସମଗ୍ର ବିକାଶକୁ ଆଗକୁ ବଢାଇବାର ପ୍ରତିବଦ୍ଧତା ପୁଣିଥରେ ସ୍ପଷ୍ଟ ହୋଇଛି ।
ସାକ୍ଷାତ ସମୟରେ ଓଡ଼ିଶାରେ ରେଲୱେ ସଂପର୍କକୁ ମଜବୁତ କରିବା, ଭିତ୍ତିଭୂମି ସଂରଚନାକୁ ଉନ୍ନତ କରିବା ଓ ଚାଲୁ ଓ ପ୍ରସ୍ତାବିତ ପ୍ରକଳ୍ପକୁ ଦ୍ରୁତଗତିରେ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ଉପମୁଖ୍ୟମନ୍ତ୍ରୀ ସିଂହଦେଓ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ନିରନ୍ତର ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ, ଏହାଦ୍ୱାରା ରାଜ୍ୟରେ ସମାବେଶୀ ବିକାଶ ଓ ଉନ୍ନତ ସାର୍ବଜନୀନ ପରିବହନ ସୁବିଧା ସୁନିଶ୍ଚିତ କରାଯାଇପାରିବ ।