
ଭୁବନେଶ୍ୱର– ବିଶ୍ୱ ରକ୍ତଚାପ ଦିବସରେ ସଚେତନ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଆହ୍ୱାନ କରିଛନ୍ତି । ସନ୍ତୁଳିତ ଖାଦ୍ୟ ସେବନ, ନିୟମିତ ବ୍ୟାୟାମ ଏବଂ ରକ୍ତଚାପ ପରୀକ୍ଷା ଦ୍ଵାରା ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ହାଇପରଟେନସନ ବା ଉଚ୍ଚ ରକ୍ତଚାପ ଆଜି ବିଶ୍ୱରେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହେଇଛି। ଆଜିର ଏହି ‘ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ’ ଅବସରରେ ଆସନ୍ତୁ ସନ୍ତୁଳିତ ଖାଦ୍ୟ ସେବନ, ନିୟମିତ ବ୍ୟାୟାମ ଏବଂ ରକ୍ତଚାପ ପରୀକ୍ଷା ଦ୍ଵାରା ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଚେଷ୍ଟା କରିବା।
ନିଜେ ସଚେତନ ହେବା ସହ ସମାଜରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।