
ଗଞ୍ଜାମ– ବ୍ରହ୍ମପୁର ଉତ୍କଳ ଆଶ୍ରମ ରୋଡ଼ ସ୍ଥିତ ପାତ୍ର ହସ୍ପିଟାଲରେ ଏକ ମାଗଣା ଅସ୍ଥି ସାନ୍ଧ୍ରତା ପରୀକ୍ଷା ଓ ଅସ୍ଥି ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜିତ ହୋଇଥିଲା। ବିଶିଷ୍ଟ ଅସ୍ଥି ଶଲ୍ୟ ଚିକିତ୍ସକ ଡା. ସଙ୍କର୍ଷଣ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ତିରିଶ ଜଣ ବୟସ୍କ ବ୍ୟକ୍ତିଙ୍କ ଅସ୍ଥି ପରୀକ୍ଷା କରି ମାଗଣା ଚିକିତ୍ସା ସହ ଅସ୍ଥିକୁ ସୁସ୍ଥ ରଖିବା ବିଷୟରେ ସଚେତନ କରାଯାଇଥିଲା।
ଏହି ଶିବିର ପରିଚାଳନାରେ ହସ୍ପିଟାଲର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।