
ଭୁବନେଶ୍ୱର– ବିଧାୟକ ଗୌତମ ବୁଦ୍ଧ ଦାସଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୋଗରାଇ ବିଧାୟକ ଶ୍ରୀ ଗୌତମ ବୁଦ୍ଧ ଦାସଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। ତାଙ୍କ ଦୃଢ଼ ନେତୃତ୍ୱରେ ଭୋଗରାଇ ନିର୍ବାଚନ ମଣ୍ଡଳୀ ସମେତ ସାରା ରାଜ୍ୟ ଉନ୍ନତିର ପଥରେ ଅଗ୍ରସର ହେଉ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ସୁସ୍ଥ, ଦୀର୍ଘାୟୁ ଓ ନିରାମୟ ଜୀବନ ପାଇଁ କାମନା କରୁଛନ୍ତି ମୁଖ୍ୟମନ୍ତ୍ରୀ ।